STORYMIRROR

SUKANTA KHANDA

Others

3  

SUKANTA KHANDA

Others

ହୋଲି

ହୋଲି

1 min
190


      ହୋଲିରେ ହୋଲି

ବରଷକେ ଥରେ ଆସିଛ ତୁମେ

 କାମନା ପସରା ମେଲି

  ରଙ୍ଗର ପରବ ପାଳନ ସକାଶେ

    ଦେଇଛ ହୃଦୟ ଖୋଲି।୧

      

   ହୋଲିରେ ହୋଲି

ବିଶ୍ବ ଦରବାର ଅନେଇ ଥିଲା

 ବସନ୍ତେ ଚହଟୁ ବୋଲି

   ବୟସ ଥାଏ କି ଖେଳିବାର ପାଇଁ

    ଉପଭୋଗ କରୁ ଖାଲି।୨

       

     ହୋଲିରେ ହୋଲି

ସାରା ଜଗତରେ ମାନବେ ଏବେ

 ହେଉଛନ୍ତି କୋଳାକୋଳି

  ହୃଦୟ କନ୍ଦରେ ଝରି ପଡି଼ବାରୁ

   ସନ୍ତୋଷେ ହେଉ ବାଉଳି।୩

      

   ହୋଲିରେ ହୋଲି

ସାତ ରଙ୍ଗ ତୋର ଭାରି ଉଜ୍ଜଳ

 ସବୁଠୁ ସୁନ୍ଦର ନାଲି

  ମନକୁ ପବିତ୍ର କରୁଅଛୁ ସବୁ

   ଗଙ୍ଗାପରି ସଦା ଚାଲି।୪

      

     ହୋଲିରେ ହୋଲି

ଜଗତ କଲ୍ଯାଣ ପାଇଁକି ତୁମେ

 ହୃଦରେ ଦେଇଛ ବୋଳି 

  ଶାନ୍ତନା ନିଜକୁ ଦେଇଅଛୁ ଆମେ

   ଭେଦଭାବ ସବୁ ଭୁଲି।୫

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍