STORYMIRROR

Narayan chandra Senapati

Others

2  

Narayan chandra Senapati

Others

ହୋଲି

ହୋଲି

1 min
481



ଇନ୍ଦ୍ରଧନୁର ସପ୍ତରଙ୍ଗରୁ ରଙ୍ଗଆଣି


ସମ୍ପର୍କର ଗାଲେ ଯେବେ ବୋଳିଦେଲି ରଙ୍ଗ,


ଲୁଚିଲୁଚି ହୋଲି ଆସି


ତା ଆଖିର କଜଳରୁ ଟିକେ ଆଣି


ମୋ ଗାଲରେ ଦେଲା ଛୋଟ ଟିପା


ତା ଓଠର ଗୋଲାପି ରଙ୍ଗକୁ......


ମୋ ଓଠରେ ବୋଳିଦେଲା


ଆଃ ! ହୃଦୟ ମୋ ଚହଲିଲା


ମନ ମୋର ଝୁମିଗଲା


ସାରା ଦେହେ ଖେଳିଗଲା ସବୁଜ ତରଙ୍ଗ।


ପ୍ରୀତିର ମେଲଣ ପଡିଆରେ ଛିଡାହୋଇ


ଚାଲିଥିଲା ଯେବେ ରାଧାକୃଷ୍ଣଙ୍କର ହୋଲିଖେଳ


ଦୋଳ ବିମାନରେ ଝୁଲିଝୁଲି


ଅବିରରେ ବୋଳିହୋଇ


ପ୍ରଣୟର ପିଚକାରିରେ ମାରୁଥିଲେ ପ୍ରେମର ରଙ୍ଗ


ବସନ୍ତର ମଧୁଛୁଆଁରେ ପୁନେଇ ମଦନ ଚାନ୍ଦଟା


ବୁଲୁଥିଲା ଉଲ୍ଲାସରେ


ଖେଳୁଥିଲା ଫଗୁଣର ସେହି ଫଗୁ ଖେଳ


ବଜାଇ ଉଦ୍ଦାମ ମୃଦଙ୍ଗ।


ମୋ ଜଗା ଦୋଳଗୋବିନ୍ଦର


ଆଶୀଷଥାଳିରୁ ଶ୍ରଦ୍ଧାଅାଣି


ଆଙ୍କିଦେଲି ଯେବେ ବନ୍ଧୁତ୍ୱର ଚିତ୍ର


ରାଗ ହିଂସା ମୋର ହଜିଗଲା


ଭେଦଭାବ ସବୁ ଲୁଚିଗଲା


ମିତ୍ରତାର ଶଙ୍ଖଧ୍ୱନିରେ ଆଦରର ପୂଜାଥାଳିଟା


ବିଭୂପାଦେ ପଶିଲା ଶରଣ


ଭକତି ପୂଜାରୀ ପ୍ରହ୍ଲାଦଟା ତରିଗଲା


ହିଂସାର ମଲ୍ଲିକା ଜଳିଗଲା


ବୋଳିଦେଇ ନିଜ ପାଉଁଶକୁ ନିଜ ଦେହେ


ରଚିଦେଇ ଫଗୁ ଦଶମୀର ରେଖାଚିତ୍ର


ଅଭିନ୍ନ ଭିନ୍ନ ରଙ୍ଗ ତରଙ୍ଗ।


ଆସ ଆସ ମୋର ପ୍ରିୟ ହୋଲି


ଯଦି ତୁମେ ପାଅ ମୋତେ ଭଲ


ଅକ୍ଷତେ ହସାଅ ଭାଇଭଉଣୀଙ୍କୁ ମୋର


ପୂର୍ଣ୍ଣକର ସରାଗର କୋଳ


ବିଷାକ୍ତକୁ କରି ପଦାଘାତ


ଶୁଭଦିପାଳୀର ଦୀପଜାଳି


ବଜାଅ ମିତ୍ରତାର..............


ଏକତାର ଉଦ୍ଦାମ ମାଦଲ.........


ଚହଲିଉଠୁ ମୋ ତନୁ ସର୍ବାଙ୍ଗ।


*ନାରାୟଣ ସେନାପତି*

*ଜମ୍ଭରା,କେନ୍ଦୁଝର*




Rate this content
Log in