STORYMIRROR

Pranati Mahapatra

Others

2  

Pranati Mahapatra

Others

ହୋଲି

ହୋଲି

1 min
13.5K


ବଡ଼ ଜହ୍ଲାଦ ହିରଣ୍ୟକଶିପୁ

ପ୍ରହ୍ଲାଦ ମାରିବା ଆଶେ,

କେତେ ମୃତ୍ୟୁ ଯନ୍ତା ଭିଆଇଲା

କିନ୍ତୁ ,ପ୍ରହ୍ଲାଦ ହରି ଭରସେ।

ପାହାଡ ଶିଖରୁ ଗଡାଇଲା ତାକୁ

କୋଳେଇ ଧରିଲେ ହରି,

ପାଗଳ ହସ୍ତୀ ଯେ ଆଡ଼ ହୋଇଗଲା

ବିଷ୍ଣୁଙ୍କର ନାମ ସ୍ମରି।

ସର୍ବ ଶେଷେ ଆନ ଉପାୟ ନ ପାଇ

ହୋଲିକା ସାହାଯ୍ୟ ନେଲା,

ଅନଳରେ ଦଗ୍‌ଧ କରିବା ପାଇଁ କି

ଅମୋଘ ଅସ୍ତ୍ର ସାଜିଲା।

ବିଷ୍ଣୁ ଶରଣରେ ରହିଥିବା ଯାଏ

ନ ଆସେ କିଛି ବିପଦ,

ଭସ୍ମୀଭୂତ ହେଲା ବିଭିନ୍ନ ରଙ୍ଗରେ

ରହିଲା ହୋଲି ପ୍ରବାଦ।

ଭୁଲି ହିଂସା ଦ୍ଵେଷ, ଧର୍ମ ଓ ଅଧର୍ମ

ମାଖି ଦେହରେ ଅବିର,

ଆପଣାର ମଣି ଭାଇଚାରା ବୁଣି

ଆମେ ସନ୍ତାନ ଗୋଟିଏ ମାଆର।

ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ୱର


Rate this content
Log in