STORYMIRROR

Nilamadhab Raj

Others

4  

Nilamadhab Raj

Others

ହୋଲି

ହୋଲି

1 min
408

ଏକତାର ପରବ ଏ ଖୁସି ଆନନ୍ଦର ଦିନ

ସେନେହ ପୀରତିରେ ଭରି ଯାଉ ଜୀବନ

ସଂସାରରେ ହେବନି ଭୟ ବାତାବରଣ

ମିଳିମିଶି କରିବା ଆସ ଅନ୍ୟାୟ ର ଦହନ।


ଭାରି ଅମାନିଆ ଆଜି ମୋର ମନ

ପାଶେ କେହି ନାଇ ବୋଲି

ମୋ ମୁଣ୍ଡରେ ଏବେ ଚଡ଼କ ପଡିଛି

କେମିତି ଖେଳିବି ହୋଲି...।


ନାନା କିସମର ରଙ୍ଗ ଧରି

ଗଲେ ସଭିଏଁ ଘରୁ ବାହାରି

ମୋ ପାଖେ ଏବେ କେହି ନାଇ

ରୁମ୍ ରେ ବସିଛି ଚୁପ୍ କରି।


ସାଙ୍ଗ ସାଥି ସବୁ ହେବେ ମେଳ

ଦିନ ସାରା ହବ ରଙ୍ଗ ଖେଳ

ହୋଲି ଖେଳିବେ ଦଳ ଦଳ

ମୋର ବିତୁନି ଦିନ କାଳ


2 କଥା ମନେ ପଡୁଛି

ଖୁସିରେ ମନ ନାଚି ଯାଉଛି

3 କଥା ଭାବିଲା ବେଳକୁ

ମନ ମୋର ଝୁମି ଯାଉଛି

MA ରେ ଏବେ ପଢୁଛି

ପୁରୁଣା ଫଟୋ କୁ ଦେଖୁଛି।


ଆଏଜ୍ ସଭେଁ ଖେଲୁ ଛନ୍ ହୋଲି

ମୁଇ ଅଛେଁ ସମ୍ବଲପୁର ରେ ବୋଲି

ନେହେଲେ ମୁଇ ବି ଲଗେଇ ଥୀନ୍ତି

ସବୁ ସାଙ୍ଗ କେ ହୋଲି

 ଆର୍ ଭେଟ୍ ଭାଟ୍ ହେଇଥିନ୍ତି ବୁଲି ବୁଲି।

 

ଆଏଜ୍ ଲଗାଲେ କାଲ୍ କେ ଛାଡ଼ିଯିବା

ଏନ୍ତା ରଙ୍ଗ କେତେ ଲଗେଇ ଖେଲୁଥିବ

ଥରେ ମନର୍ ରଙ୍ଗ ଲଗେଇ କରି ଦେଖ୍

ଜୀବନ୍ ଭର୍ କେ ଲଟ୍ କି ଥିବା ଦେଖୁଥିବ।



Rate this content
Log in