ହୋଲି
ହୋଲି
1 min
246
ହୋଲି
ହୋଲି ହୋଲିରେ ହୋଲି
ରଙ୍ଗ ରଙ୍ଗେଲି ହୋଲି
ଆସ ଖେଳିବା ପିଚକାରି।୧
ଘରକୁଘର ବୁଲି
ରାଗରୋଷକୁ ଭୁଲି
ବୁଲିବା ହାତ ଧରାଧରି।୨
ପିଇବା ଭାଙ୍ଗ ପଣା
ମିଶି ଜଣାଅଜଣା
ଦେବାରେ ପ୍ରୀତିରଙ୍ଗେ ବୋଳି।୩
ମଳୟ ହିଲ୍ଲୋଳରେ
ଅବିର ପରଶରେ
ମନ ହୁଅଇ ମତୁଆଲି।୪
ଆସିଛି ମଧୁମାସ
ଚହଟେ ଫୁଲବାସ
ଶୁମୁଳି ପଲାସର ନାଲି।୫
ଚ୍ୟୁତ ବଉଳ ଫୁଲେ
ଚହଟେ ବାସନାରେ
କୁହୁ ତାନେ ଗାଏ କୋଇଲି।୬
ବସନ୍ତ ଆଗମନ
ମଳୟ ସଂଚାଳନ
ମନ ହେଉଛି ମତୁଆଲି।୭
ରଙ୍ଗ ଅବିର ଧରି
ଆସ ସାଙ୍ଗ ସହେଲି
ମିଶି ଖେଳିବା ସର୍ବେ ହୋଲି।୮
