STORYMIRROR

Priyaranjan Biswal

Others

3  

Priyaranjan Biswal

Others

ହୋଲି

ହୋଲି

1 min
167


ରଙ୍ଗର ପର୍ବ ହୋଲି ଆସିଅଛି

              ଅନେକ ଉଲ୍ଲାସ ସାଥିରେ ନେଇ।

ପର୍ବ ନୁହେଁ ଏ ପ୍ରେମର ପ୍ରତୀକ,

              ପାଳିତ ଶୀରାଧା- କୃଷ୍ଣଙ୍କ ପାଇଁ।।



ଏମିତି ପର୍ବ ଜଗତରେ ନାହିଁ,

            ଅଟେ ଯେ ଶାଶ୍ୱତ ପ୍ରେମର ଧାରା।

ଯା' ଆଗମନେ ପ୍ରେମ ପ୍ରବାହିତ,

               ପ୍ରେମରେ ପ୍ଲାବିତ ହୁଏ ଏ ଧରା।।



ସଂସାରେ ଯେତେ ରଙ୍ଗର ପସରା,

                ପ୍ରେମ ରଙ୍ଗଟି ଅଟେ ନିଆରା।

ଥରେ ଏ ରଙ୍ଗେ ରଙ୍ଗେଇ ହୋଇଲେ,

                ଆନନ୍ଦରେ କଟେ ଜୀବନ ସାରା।।



ପର୍ବ ଆମର ଭାଇଚାରା ଆଣେ,

 ‌‌‌‌‌             ଆଣେ ସମୃଦ୍ଧିର ନୂତନ ବାର୍ତ୍ତା।

ଯାହା ପାଳୁଥିଲେ ଦିନେ ଶ୍ରୀରାଧା,

       ‌ ‌‌‌        ସାଥେ ଥିଲେ ତାଙ୍କ ଜଗତକର୍ତ୍ତା।।



ସମୟ ଚକ୍ରେ ବଦଳି ଗଲାଣି,

           ‌‌‌‌   ଆମ ପରମ୍ପରା ସସ୍କୃତି ଯେତେ।

ମୂଳ ଆଧାର ବଦଳିନି କିନ୍ତୁ,

              ରହିଛି ରହିବ ଜଗତ ହିତେ।।



ସନାତନ ଧର୍ମ ମହାନତା ଏ,

              ବୁଝିବାଟା ଅଟେ ଅତି ସହଜ।

ଜୀବନ ଦର୍ଶନ ସବୁଠୁ ମିଳେ,

              ହେଉ ପର୍ବପର୍ବାଣୀ ବା ମଉଜ।।






Rate this content
Log in