STORYMIRROR

Puspanjali Panda

Others

3  

Puspanjali Panda

Others

ହୋଲି ରଙ୍ଗ

ହୋଲି ରଙ୍ଗ

1 min
203

ବ୍ରଜନାରୀ ସହ ଗୋପବାଳକ

ମିଳିମିଶି କୁଞ୍ଜବନେ ଖୋଜିଲେ

ରାଈ କିଶୋରୀକୁ ନପାଇ ଯେଣୁ

କଳାକାହ୍ନୁ ପଦେ ଶରଣ ଗଲେ।।


ହଟିଆ ନାଗର ହଟ କରିଛି

ରାଈ କିଶୋରି ଲୁଚାଇ ରଖିଛି

ସତରେ ରାଈ ତ ସେଇଠି ଅଛି 

କା ଆଖି ନଜର ନ ପଡେ ସେଠି।।


ପିଚକାରୀ ଧରି ରଙ୍ଗ ଭରିଲେ

ଶ୍ୟାମ ସଙ୍ଗ ହୋଇ ଘୁରି ବୁଲିଲେ

ଗୋପ ନଗରରେ କୁଞ୍ଜବନରେ

ରାଈ କିଶୋରି ଅଧିର ହୋଇଲେ।।


ଅବିର ରଙ୍ଗରେ ରଙ୍ଗେଇ ହୋଇ 

କଳାକାହ୍ନୁ ସହ ଗେହ୍ଲା ହୋଇଲେ

ରଙ୍ଗ ପିଚକାରି ମାରି ଧରିଲେ 

ବାଜା ବାଜିଉଠେ ଗୋପ ନଅରେ।।


ରଙ୍ଗ ଖେଳନ୍ତି ରାଈ ଦାମୋଦର

ଆହା କି ସୁନ୍ଦର ଶୋଭା ଅପାର

ସାନବଡ଼ ଭୁଲି ହୋଇ କୋଳାକୋଳି

ରସିକ ନାଗର ଖେଳନ୍ତି ହୋଲି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍