STORYMIRROR

rasmi maye pati

Others

4  

rasmi maye pati

Others

ହୋଲି ର ଶୁଭେଛା ହେ ବିଶ୍ଵ ନିୟନ୍ତା

ହୋଲି ର ଶୁଭେଛା ହେ ବିଶ୍ଵ ନିୟନ୍ତା

1 min
414


ରଙ୍ଗ ବିନିମୟ କରିବା କି ପ୍ରଭୁ

  ଖେଳିବା ହୋଲି ରଙ୍ଗ ରେ

ସବୁ ରଙ୍ଗ ମୋର ନେଇ ଯାଅ ପ୍ରଭୁ

 କିଛି ଦିଅ ବଦଳରେ।


ପାରିବି କି ପ୍ରଭୁ କରି ରଙ୍ଗାୟିତ

 ତୁମେ ତ ରଙ୍ଗ ର ସୃଷ୍ଟି

ବେରଙ୍ଗି ଜୀବନେ ଢାଳି ଦିଅ ପ୍ରଭୁ

  କର କରୁଣା ର ବୃଷ୍ଟି।


ରଙ୍ଗ ହିଁ ତ ପ୍ରଭୁ ସଂସାର ରେ ସାର

 ତୁମେ ହିଁ ସବୁ ର ସୃଷ୍ଟି

କାମନା ର ରଙ୍ଗ ନିଅ ଦୟାମୟ

 ବଦଳ ରେ ଦିଅ ଶାନ୍ତି।


ପାପ ହିଂସା ରଙ୍ଗ ନିଅ ପରଂବ୍ରହ୍ମ

  ବଦଳ ରେ କିଛି ଦିଅ

ଭକ୍ତି ପ୍ରେମ ରଙ୍ଗେ କର ହେ ପ୍ଲାବିତ

 ଦାତା ପଣେ ହେଉ ଜୟ।


ଷୋଳ କଳା ରଙ୍ଗେ ତୁମେ ରଙ୍ଗାୟିତ

 ଅଧର ରେ ପୁଣି ରଙ୍ଗ

କଳା ପୂର୍ଣ୍ଣ ପ୍ରଭୁ ରଙ୍ଗ ମୟ ତନୁ

 ତା ଆଗେ ଫିକା ଜଗତ।


କି ରଙ୍ଗ ରେ ତୁମେ ବାନ୍ଧିଛ ଜଗତ

  ସାରା ଜଗତ ଟା ଋଣୀ

ବାନ୍ଧି ଥିଲ ଦିନେ ଗୋପାଙ୍ଗନା ରାଧା

 ମୀରା ଯେହ୍ନେ ପାଗଳିନୀ ।


ସେ ରଙ୍ଗ ରୁ ପ୍ରଭୁ ଦିଅ କାଣି ଚାଏ 

 ବଦଳେ ନିଅ ମୋ ରଙ୍ଗ

ପାପ ସରୋବରେ ପାପୀ ପଙ୍କଜ ମୁଁ

  ଜୀବନ ବଡ଼ ବେରଙ୍ଗ।


ମିଥ୍ୟା ପ୍ରହେଳିକା ରଙ୍ଗ ରେ ବୁଡ଼ିଚି

 ହୋଲି ରେ ସାରା ଜଗତ

ତୁମ ରଙ୍ଗ ଯିଏ ପାଇଛି ଠାକୁରେ

  ସିଏ ଏକା ପୁଣ୍ୟବନ୍ତ।


ଢ଼ାଳୁ ଥାଅ ପ୍ରଭୁ କରୁଣାର ରଙ୍ଗ

  କର ଅମୃତ ର ବୃଷ୍ଟି

ଶୂନ୍ୟ କଳସୀ ରେ ରଙ୍ଗ ଢାଳ ପ୍ରଭୁ

  ବିନାଶ ନ କର ସୃଷ୍ଟି ।


Rate this content
Log in