STORYMIRROR

KAMAKSHYA PRASAD BEHERA

Others

4  

KAMAKSHYA PRASAD BEHERA

Others

ହୋଲି ପର୍ବ

ହୋଲି ପର୍ବ

1 min
377


ରଙ୍ଗ ଯିଏ ଭରିଦେଲେ  ଇନ୍ଦ୍ରଧନୁ ଠାରେ, 

ତାଙ୍କ ପାଇଁ ଦିନ ହୁଏ ଉଦୟ ସଂସାରେ।

ସଂସାରର ଲୀଳା ଖେଳା ଵୁଝିଵା ଅସାର,

ସେ ନାୟକଙ୍କର ଆମେ ତିଆରି କିଙ୍କର।।

କିଙ୍କର ହାତରେ ଆଜି ସପ୍ତରଙ୍ଗି ଫଗୁ, 

ସ୍ନେହ ଶ୍ରଦ୍ଧା ପରିବର୍ତ୍ତେ ରକ୍ତ ରଙ୍ଗ ମାଗୁ।

ମାଗୁ ନାହିଁ ଭଲମନ ପୂଜିଵା ନିମନ୍ତେ, 

କେମିତି ଵଞ୍ଚିଵ ସିଏ ଶେଷ ପରିଯନ୍ତେ।।

ପରିଯନ୍ତ ସୀମାରେଖା ଯେଉଁଠୁ ଆରମ୍ଭ, 

ଉତ୍ତପ୍ତ ଆଗ୍ନେୟଗିରି ଭଙ୍ଗିଦେବ ଦମ୍ଭ।

ଦମ୍ଭ ନାହିଁ ଆଦିମର ଅଵା ଇତିହାସ,

କାଳଗର୍ଭେ ସାହିତ୍ୟର ହେଲେ କ୍ରୀତଦାସ।।

କ୍ରୀତଦାସ କଲେ ଭଞ୍ଜ ଅଵା ବେଦବ୍ୟାସ,

କଵିମାନେ ସାହିତ୍ୟର ଯୁଗ ଵ୍ୟାପି ଅଂଶ।

ଏ ଅଂଶ ଭାଷାକୁ ତୁମେ ମଣ ନାହିଁ ହେୟ, 

ଲେଖନୀ ବତାଇ ଥାଏ ଥିବାର ସମୟ।।

ସମୟ ଗର୍ଭରେ ଲୀନ ହୋଲିକା ରାକ୍ଷସୀ,

ଶାନ୍ତି ମୈତ୍ରୀ ରକ୍ଷା କରେ ହୋଲିପର୍ଵ ଆସି।।



Rate this content
Log in