STORYMIRROR

Gayatri Sahoo

Others

3  

Gayatri Sahoo

Others

ହଁ ମୁଁ ସେମିତି

ହଁ ମୁଁ ସେମିତି

1 min
435


ହସର ଫୁଲଝରି ଓଠରେ ଫୁଟାଏ  

ହତାଶାର କରୁଣ ଚିତ୍ର ଦେଖାଏନା

ହାସ୍ୟ ରସର ସ୍ରୋତସ୍ଵିନୀ ସାଜେ  

ରୁଗ୍ଣ ହୃଦୟ କଥା ଭାବେନା  

ପବନର ଡେଣା ଧରି ଉଡୁଥାଏ ସିନା 

ପ୍ରାପ୍ତି ଅପ୍ରାପ୍ତିର ଉର୍ଧ୍ଵକୁ ଉଠିପାରେନା 

ହାରିବାଟା ମୋ ପାଇଁ ସୁଯୋଗ ଅବଶ୍ୟ 

 ହାରିବାକୁ ମୁଁ ଭଲପାଏନା  

ଵ୍ୟର୍ଥତାର ସେହି ଭୁରୁଭୁରୁ ଗନ୍ଧ  

ମନ ସଜ୍ୟ କରି ପାରେନା  

ସ୍ୱାଭିମାନର ସେ ଆଶାବାଡି ମୋର  

ହୃଦୟକୁ ମରିବାକୁ ଦିଏନା  

କାରଣ ହଁ ମୁଁ ସେମିତି

ଆଖିରୁ କାହାର ଲୁହ ପୋଛିଦେଇ  

ଓଠେ ହସ ତା'ର ଭଲ ଲାଗେ ସିନା  

ହୃଦୟକୁ ଯେଉଁ କୋଟି ସୁଖ ମିଳେ ତାକୁ  

ଦେଖେଇ ହେବାକୁ ଭଲ ଲାଗେନା  

ରଜାପୁଅ ବଗିଚାରେ ତୋଳିବାକୁ ଫୁଲ  

ମନ ଖୋଜୁଥାଏ ବାହାନା  

ଆଶାର ଲତାରେ ବେଣୀ ବାନ୍ଧେ ସିନା  

ଶେଷ ତାର ଖୋଜି ପାଏନା  

ମୁଁ ସଭିଁଙ୍କଠୁ ଟିକେ ଅଲଗା ବୋଲି  

ହୃଦୟରେ ହାତ ରଖି କହିପାରେ  

ଛଳନା ପ୍ରତାରଣା ଜାଲରେ ଛନ୍ଦି ହୁଏ ସତ  

କିନ୍ତୁ ବନ୍ଦୀ କେବେ ହୋଇପାରେନା  

କାରଣ ହଁ ମୁଁ ସେମିତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍