STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ହଳଦୀ ମଖା ଝିଅର ପ୍ରେମ

ହଳଦୀ ମଖା ଝିଅର ପ୍ରେମ

1 min
258

ନାଆଁ ନଥିବା ସମ୍ପର୍କ 

ସ୍ମୃତି ଚାଙ୍ଗୁଡିରୁ ଗୋଟେଇ ଗୋଟେଇ 

ମନର ମଲାଟେ ସାଇତି ରଖି

ପାଦ ଆଙ୍ଗୁଠିରେ ଭାଗ୍ୟ ରେଖା ଗାରେଇଲେ କଣ

ଶରତ ଆକାଶରୁ ଶ୍ୱେତ ବଉଦର ପ୍ରେମ ଝରିବ..??


ଥରେ ଅଧେ କବାଟ କୋଣର ଅର୍ଦ୍ଧ ମୁଦ୍ରିତ ଚାହାଣୀ 

ଦି ପଦ ଲାଜ ସରସର ଭିଟାମିନଡି ଭରା କଥା

ଆଉ 

କପେ ଗାଢ୍ ଚିନି ଦିଆ ଚା' ର ସନ୍ତକ ରେ ଯାହା 

କାଶତଣ୍ଡି ଗଭାରେ ଧୂସର ଲିପି ଷ୍ଟିକର ଚମକ ଖସିବ

ଭଙ୍ଗା ଚାଳିଆ-ଭଙ୍ଗା ମନ-ଭଙ୍ଗୁର ଯୌବନରେ

ଜହ୍ନର ଶୀତଳ କଳଙ୍କ ବଞ୍ଚିବାର ଖୋରାକ ବୋଳି

ପରିତୃପ୍ତି ନିଶ୍ୱାଃସ ମାରୁ ମାରୁ

ଅଣଚାଶ ପବନ ଝିଙ୍କାରି କଣ୍ଠ ରେ ଝାଏଁ ଝାଏଁ ଗୀତ ଗାଇବ ।

ସ୍ମୃତିର ଗାଲିଚା ଯେତେ ମାଜିଲେ କଣ ପରିଣତ ବୟସ

ଦୁବ ବରକୋଳି ପତ୍ରର ଅଭିଷେକ ଗ୍ରହଣ କରିବ ?

ଖାଲି ଯାହା

ନଇ ତୁଠ ଘଷା ପଥର ଟା

ହଳଦୀ ମଖା ଗୋରା ଦେହରେ

ଯନ୍ତ୍ରଣା ଯୁଇ ର ନିଆଁ କୁ ବାରମ୍ବାର ଘଷିଦେବ

ବାରମ୍ବାର ପୋଛିନେବ


ସେବେଳେ

ହାଲକା ଇଛାରେ ହୃଦୟର ସାଇତା ପ୍ରେମ 

ଆଖିରେ ଚନ୍ଦନ ମାଖି ନୀଳହ୍ରଦ ପାଲଟୁ ପାଲଟୁ

ସବୁତକ ପାଣି ପ୍ରେମିକ ମହକରେ ଲବଣାକ୍ତ ହେବ.. 

ତଥାପି

ହଳଦୀ ମଖା ଝିଅଟି 

ବିଷକୁ ପିୟୁଷ କରି ସ୍ମୃତିର ତମାଳ ବନେ

ପ୍ରତିକ୍ଷାର ଆଞ୍ଜୁଳାଏ ଲୁହକୁ

ସବୁଥର ପରି

ଏଥରକବି ଢକ୍ ଢକ୍ କରି ପିଇ ଚାଲିଥିବ ।

 


Rate this content
Log in