STORYMIRROR

Tapaswini DashSarangi

Others

3  

Tapaswini DashSarangi

Others

ହଜିଯିବି ଯଦି କେବେ

ହଜିଯିବି ଯଦି କେବେ

1 min
193

ହଜିଯିବି ଯଦି କେବେ ଦୁନିଆଁ ଭିଡ଼ରେ

ଖୋଜିବନି ସାଥୀ ତୁମେ ମୋତେ ହେଲେ ଥରେ।

ଚାଲିଯିବି ବହୁ ଦୂର ସାଥେ ଧରି ପ୍ରେମ

ଯେଉଁ ପ୍ରେମେ ହୋଇଥିଲି କେବେ ମୁଁହି ଭ୍ରମ।

ମିଶିଯିବ ମୋର ଆତ୍ମା ଅଦେଖା ବାୟୁରେ

ରହିଥିବ ଆମ ସ୍ମୃତି ତୁମ ହୃଦୟରେ।


ହଜିଯିବି ପ୍ରିୟତମ ଅମା ଅନ୍ଧକାରେ

ଖୋଜି ପାଇବନି ମୋତେ ଜହ୍ନ ଜୋଛନାରେ।

ଭାବୁଥିବ ବିତିଥିବା ଅଭୁଲା ଅତୀତ

ଭାବନା ଭିତରେ ଥିବି ମୁଁହି ପ୍ରକଟିତ।

ପ୍ରତୀକ୍ଷା କରିବି ତୋରେ ଆର ଜନ୍ମ ପାଇଁ

ଜହ୍ନ ତୁମେ ହେଲେ ମୁଁ ଯେ ହେବି ନୀଳ କଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍