STORYMIRROR

Yudhisthira Lenka

Others

3  

Yudhisthira Lenka

Others

ହଜିଯିବା ଶୂନ୍ୟତାରେ

ହଜିଯିବା ଶୂନ୍ୟତାରେ

1 min
295

ହଜିବାକୁ କାହାକୁ ଭଲ 

         ଲାଗେନି ସପନରେ

ହଜିନାହିଁ କିଏ କୁହନା

         ଅତୀତର ସ୍ମୃତିରେ ।।୧।।


ହଜିନି ବି କିଏ କହିବ

        ପ୍ରେମିକାର ପ୍ରେମରେ

ହଜିନି ବା କିଏ ଯୌବନର

        ଆଗ୍ନେୟଗିରିରେ ।।୨।।


ହଜିନେ କି ଆମେ ଶୈଶବର

        ଗାଁ ଦାଣ୍ଡ ଖେଳରେ

ହଜିଯାନ୍ତି ଛୋଟ (ଠୁ) ବଡଯାଏ

        ସମୁଦ୍ର ବେଳାରେ ।।୩।।


ହଜେ ଜୀବନର ସ୍ମୃତିସବୁ

        ପ୍ରକୃତିର ସ୍ପର୍ଶରେ

ହଜିହଜି ମନ(ଟା) ବୁଝେନା

       ସୁଖ ଅଛି ହଜିବାରେ ।। ୪।।


ହଜିବାକୁ ଇଚ୍ଛା ହୁଏ

        କେଉଁ ଏକ ପୂର୍ଣ୍ଣତାରେ

ହଜିବାର ଶେଷହୁଏ 

         ଆନନ୍ଦର ଶୂନ୍ୟତାରେ ।।୫।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍