ହଜିଲା ଦିନ
ହଜିଲା ଦିନ
1 min
133
ମନର ରେଶମୀ ଫରୁଆ ରୁ
ଉଙ୍କି ମାରେ ଆଜି ମୋ
ପିଲା ଦିନ କଥା
କେତେ ଅପାସରା
ମହୁଝରା ଅଭୂଲା ହଜିଲା
ଦିନ ର ମଧୁମୟ ଗାଥା
ନିଷ୍ପାପ ମନ ମତୁଆଲା
ଚୁଲ୍ ବୁଲି ଅଝଟପଣ
ସବୁ କିଛି ଅଭୂଲା
ବିତି ଯାଇଛି ସେହି ଦିନ
ସମୟର ସ୍ରୋତରେ କାଗଜର
ଡଙ୍ଗା ଟି ପରି ଅଥଳ ଢେଉରେ
ଲୀନ ଛାଡି ଯାଇଛି ଛାପା
ଶରୀର ହୋଇ ଛି ଅବଶ
ମଳିନ ପଡିଛି ଚର୍ମ
ବୟସ କି ସତେ ହଜାଇ
ଦେଇଛି ସମୟ
ଫୁଙ୍ଗୁଳା ପଡିଛି ମନ
ସାଉଁଟି ହୋଇ ଆସୁଛି
ହଜିଲା ଦିନର କଥା
ମନ ଆଇନାରେ ହେଉଛି
ପ୍ରତି ବିମ୍ବିତ
ଦେଇ ଯାଉଛି ମନ
ମତୁଆଲା ମହକ
ସତରେ କି ଯାଇଛି ହଜି
ଆଉ ଫେରିବ କି ସତେ
ସେ ହଜିଲା ଦିନ ।
