STORYMIRROR

Sandhyarani dash

Others

3  

Sandhyarani dash

Others

ହଜାରେ କୋହ

ହଜାରେ କୋହ

1 min
122

ଭାବନା ସାଗର ସଲିଲେ ଭିଜି

ତୋର କଥା ମନେ ପଡୁଛି ଆଜି।

କଳ୍ପନା ରାଇଜେ ହୁଏ ଅଥୟ

ତୁ ଥିଲେ ଜୀବନ ସଙ୍ଗୀତ ମୟ।

ଘୁରି ବୁଲି ନିତି ପଡେନି ଥକି

ଆହୁରି ଭାବାଇ ରହିଛି ବାକି।

ତୋ ନିସୃତ କଥା ପଡ଼ଇ ମନେ

ସତେ ଅବା କିଛି ନାହିଁ ଜୀବନେ।

ତୁ ଥିଲୁ ମୋହର ଜୀବନ ଧନ

ତୋ ଆଗେ ଚାନ୍ଦ ଟା ହୁଅଇ ହୀନ।

ତୋ ହସେ ମୁହିଁ ଦୁନିଆ ଭୁଲେ

ସୀମା ହୀନ ତୋର ସ୍ନେହର ମୂଲ।

ମୁଁ ଥିଲି ଗୋଟିଏ ଗ୍ରୀଷ୍ମର ଖରା

ତୁ ଥିଲୁ ମୋହର ଶ୍ରାବଣ ଧାରା।

ତୁ ଥିଲୁ ମୋହର ଆଶାର ବାଡି

ଚାରିଆଡେ ଚାହେଁ ଘଡିକି ଘଡି।

ନୀରବେ ବସେ ମୁଁ ହୋଇ ନିଶବଦ୍

କେଉଁଠି ଶୁଭିବ ତୋ ପାଦ ଶବ୍ଦ।

ଯେଉଁଠି ରହୁଛୁ ଭଲରେ ରହ

ମନରେ ଥାଉ ମୋ ହଜାରେ କୋହ ।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ