Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ହଜାଇ ଦେଇଛି କେତେ ମିଠା ସ୍ମୃତି

ହଜାଇ ଦେଇଛି କେତେ ମିଠା ସ୍ମୃତି

1 min
142


• ହଜାଇ ଦେଇଛି କେତେ ମିଠା ମିଠା ସ୍ମୃତି

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ହଠାତ୍ ଆଗ୍ନେୟ ଗିରି ର ଲାର୍ଭା

• ବିସ୍ତାରି ଗଲା ମନ ରାଇଜରେ

• ଅକସ୍ମାତ ଜଳିପୋଡିଗଲା,

• ହଜିଗଲା ସୁନାର ସଂସାର ,,

• ହଠାତ୍ ଭୂକଂପନେ ଥରିଗଲା

• ହୃଦୟ ଉପତ୍ୟକା ର ମନ୍ଦିର

• ଟଳିପଡିଲେ ସୁବର୍ଣ୍ଣ ପ୍ରତିମା

• ମିଳେଇଗଲା କୋଟିଏ ସଂଭାର ।।

• ସହସା ରୈ।ଦ୍ରରୂପି ବାଆ ବତାସରେ

• ଉଡିଗଲା ବାଇଚଢେଇ ର ବସା

• ଚିଁ,ଚିଁ ରାବୁଥିବା ସେ ଟିକି ସାବକ

• କିଏ ଆଉ କାହାର ଭରସା ,,

• ଯେତେଦୂର ଦେଖେ ଏଇ ଆଖି

• ମରୁମୟ ବାଲୁକା ପ୍ରାନ୍ତର

• ଧମନିରେ ସିଥିଳତା, ଆଖିର ଉଜ୍ବଳ

• ଅସ୍ତମିତ,, ହରାଇଛି ଅପୂର୍ବ ସଂମ୍ଭାର ।।

• ଭାଙ୍ଗିଗଲା ହଜିଗଲା ଗଲା

• ଜଳେ ନିତି, ଜାଳେ ନିଆଁ ର ଉହ୍ମେଇ

• ଜୀବନ ଟା ଏମିତି ଏକ ନାଟକ

• ହସ,କାନ୍ଦ ଫେଣ୍ଟାଫେଣ୍ଟି ଏକ ଗରମ କଡ଼େଇ,,

• ସେ କଡେଇରେ ନିତି ଭଜା ହୁଏ

• ମରିମରି ବ଼ଂଚିଥିବା ମନର ଚାଉଳ,

• ଅଶ୍ରୁ ଭରା ଲୋତକ ହାଣ୍ଡିରେ

• ମିଠା ମିଠା ସ୍ମୃତି ଦେଇଛି ହଜାଇ ।।

• ଟକ୍ ମକ୍ ଫୁଟୁଥିବା ଗରମ ଲହୁ ର ଲୁହ

• ମୁହାଣରେ, ପତରପରି ସୁଅ ମୁହଁରେ

• ମୁଁ ଏବେ ଅଜଣା ଅସୁଣା

• ଆଉ ଦୁଇ ଦିନର କୁଣିଆ,ସଂସାର ହାଟରେ ।।



Rate this content
Log in