ହିସାବ କଷୁ କଷୁ
ହିସାବ କଷୁ କଷୁ
ତୁମେ ଯେଉଁଠିକୁ ଯାଅ
ଯାହା ପାଖକୁ ବି ଯାଅ
ଗର୍ବରେ କୁହ ଇଏ ହେଉଛି
ମୋର ଏକମାତ୍ର ପ୍ରେମିକା
ଏବେ ସ୍ତ୍ରୀ ବି ହେଇଗଲା
ଆଉ ମୁଁ ଟିକେ ହସିଦିଏ ।
କିନ୍ତୁ କେବେ ଚିନ୍ତା କରିଛ
ମୋର ଇଛା କି ଆବଶ୍ୟକତା
ସ୍ବାସ୍ଥ୍ୟବସ୍ଥା କି ପସନ୍ଦନାପସନ୍ଦ
ନା ତୁମେ ଏ ଯାବତ କରିନାହଁ
କି ଆଗକୁ ବି ଧ୍ୟାନ ଦେବ
ସେ କଥାର ଆଶା ବି ରଖିପାରୁନି ।
ତୁମ ବ୍ରହ୍ମ ଦେଲ ମୋ ଗର୍ଭେ
ଦଶମାସ ଦଶଦିନ ଧରିଲି
କାରଣ ବିହି ମୋତେ ହିଁ ଦେଇଛି
ସୄୄୄୄୄୄୄୄୄଷ୍ଟି ସର୍ଜନା କରିବା କ୍ଷମତା
ଆଉ ତୁମେ ସେତେବେଳେ ବି
ମୋର ଧ୍ୟାନ ବିଲକୁଲ୍ ରଖିନଥିଲ ।
ଆଜି ହଠାତ ତୁମର କଣ ହେଲା
ମୋ କଥା ଭାରୀ ଝୁରିହେଉଛ
ମୋ ପାଖରେ ବସୁଛ ଦିନତମାମ
ବାରମ୍ବାର ମୋ ଭଲମନ୍ଦ ବୁଝୁଛ
ପୂର୍ବକଥା ସ୍ମରଣ କରି ଦୁଃଖି ଲାଗୂଛ
ମୋ ଆୟୁଷ ସରିଯିବ ଜାଣି ବୋଧେ !
