KAMAKSHYA PRASAD BEHERA

Others

3  

KAMAKSHYA PRASAD BEHERA

Others

ହିନ୍ଦୁ ନୂଆବର୍ଷ

ହିନ୍ଦୁ ନୂଆବର୍ଷ

1 min
181



ଆର୍ଯ୍ୟ ସନାତନ  କୁଳରେ ଜନମ

   ହୋଇଅଛି ଯେତେ ନର ,

ହିନ୍ଦୁ ନୂଆବର୍ଷ   ପାଳିଵାକୁ ଆସ

   ସୁଖେ ମଙ୍ଗଳା ମନ୍ଦିର ।

ମାତାଙ୍କୁ ପୂଜିଲେ  ପିତୃଶକ୍ତି ପ୍ରାପ୍ତ

   କରିଥାଏ ଏ ଅନ୍ତର ,

ଚୈତ୍ର ମାସ ଶୁକ୍ଳ  ପ୍ରତିପଦା ତିଥି

    ଯୋଗାଏ ପ୍ରାଣେ ମନ୍ତ୍ର ।

ବ୍ରହ୍ମା କଲେ ସୃଷ୍ଟି ସୁଖ କରି ବୃଷ୍ଟି

   ରାଜ୍ୟାଭିଷେକ ରାମ ର,

ବିକ୍ରମାଦିତ୍ୟଙ୍କ  ସିଂହାସନ ପ୍ରାପ୍ତ

   ରାଜା ହେଲେ ଯୁଧିଷ୍ଠିର ।

ସନ୍ଥ ଝୁଲେଲାଲ  ଜନମିଥିଲେ ଯେ

   ଜନ୍ମ ଗୁରୁ ଅଙ୍ଗଙ୍କର ,

ସ୍ଵାମୀ ଦୟାନନ୍ଦ ସରସ୍ବତୀ ଦ୍ଵାରା

    ଗଢା ଆର୍ଯ୍ୟ ସମାଜର ।

ଏତେ ବଡ଼ ବିଶ୍ଵେ ହିନ୍ଦୁସ୍ଥାନ କାହିଁ

    ଆମେ ସିନା ଭାରତର,

ହିନ୍ଦୁଙ୍କ ଆରାଧ୍ୟ ପ୍ରଭୁ ଜଗନ୍ନାଥ

    ଚଳାନ୍ତି ଭାବେ ସଂସାର ।।

          


Rate this content
Log in