ହିମାଳୟ
ହିମାଳୟ
• ନଗାଧିରାଜ ହିମାଳୟ ଯା ଅଙ୍ଗୁ ଉତ୍ପତ୍ତି ମଳୟ
• ଘନ ଅରଣ୍ୟ ଗିରି ଶୋଭା ଶୃଙ୍ଗ ମାଳା କି ମନଲୋଭା
• ଶିଖରେ ଶିବ ଭଗବାନ ସ୍ଥିତ ଘେନିଣ ଶିବଗଣ
• ଦେବୀ ପାର୍ବତୀ ପିତ୍ରାଳୟ…ନଗାଧିରାଜ ହିମାଳୟ…।।
•
• ଯକ୍ଷ, ଅପ୍ଷରୀ,ବିଦ୍ୟାଧର ଦାନବ, ଗନ୍ଧର୍ବ, କିନ୍ନର
• ମୁନି କି ଋଷି କି ସନ୍ୟାସୀ ଏହାର ଅଟନ୍ତି ନିବାସୀ
• ଦିଶେ ରଜତ ସ୍ତୁପ ପ୍ରାୟ…ନଗାଧିରାଜ ହିମାଳୟ…।।
•
• ଅନେକ ଗିରି ଶୃଙ୍ଗ ମିଳି ଅଦ୍ଭୁତ ଦୃଶ୍ୟ ହିମଗିରି
• ଦେବ ଦେବ ଙ୍କ ବାସସ୍ଥଳି ବିଚିତ୍ର କଇଳାଶ ପୁରୀ
• ଦିଶଇ ଚାରୁଚିତ୍ର ପ୍ରାୟ…ନଗାଧିରାଜ ହିମାଳୟ…।।
•
• ପୂତ ପବିତ୍ର ଧର୍ମପୀଠ ଅମରନାଥ ବଦ୍ରିନାଥ
• ଶ୍ରୀଭୋଳାନାଥ ଜ୍ୟୋତିର୍ଲିଙ୍ଗ କେଦାରନାଥ ମହାଦେବ
• ସ୍ବଦେହ କରନ୍ତି ବିଜୟ…ନଗାଧିରାଜ ହିମାଳ଼ୟ…।।
•
• ନିର୍ମଳ ନିରା ନିର୍ଝରିଣୀ ନିର୍ଗତ ଅବିରତ ପୁଣି
• ଝରି ଲହରେ ଜନପଦେ ବିତରେ ଜଳ କି ଆନନ୍ଦେ
• କରେ ପବିତ୍ର ପୂତମୟ…ନଗାଧିରାଜ ହିମାଳୟ…।।
•
• ନାନା ପୁଷ୍ପର ବର୍ଣ୍ଣ ବିଭା ରସାଳ ମଧୂ ଫଳ ଅବା
• ସୁଷମା ମଣ୍ଡିତ ସେ ଗିରି ବର୍ଣ୍ଣନା ଯାର ନୋହେ କରି
• ତା କାନ୍ତି ସଦା ହୀମ ମୟ…ନଗାଧିରାଜ ହିମାଳୟ…।।
•
• ଅନେକ ପଶୁ ସରିଶୃପ ଆବର ନାନାଦି ବିହଙ୍ଗ
• କରନ୍ତି ତାରେ ମନଲୋଭା ଯେସନେ ବଇକୁଣ୍ଠ ଆଭା
• ଏ ଅଟେ ବିଶ୍ବର ବିସ୍ମୟ…ନଗାଧିରାଜ ହିମାଳୟ…।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
