Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Rashmita Panigrahi

Others

4  

Dr Rashmita Panigrahi

Others

ଵହି ଓବାଚ

ଵହି ଓବାଚ

1 min
23.9K



ଜୀବନ ଯାକର ସଂଚୟକୁ 

ବ୍ୟୟ କରି ପୁଣ୍ୟ ଅର୍ଜନରେ 

ମିଳେ ଅବା କେଉଁ ସୁଖ 

ଘରେ ବସି ରହି 

ପଢି ଖଣ୍ଡେ ପରେ ଖଣ୍ଡେ ବହି 

ସୁଖର ମାତ୍ରାକୁ ମାପି କି ଦେଖ l


ବ୍ରହ୍ମଜ୍ଞାନ ଠାରୁ 

ଆତ୍ମଜ୍ଞାନ ଯାଏ

ସବୁ ମୁଁ କରେ ଉଦୟ, 

ସୁସ୍ଥ ସମାଜ 

କରଇ ଗଠନ 

ଲିଭାଇଣ ରୋଗ, ଶୋକ, ଭୟ l

ମୋର ଯତ୍ନ ନେଲେ 

ନିଜ ପିଲା ପରି 

ତୁମ ଦାୟିତ୍ୱ ମୁଁ ନିଏ 

ହସ ଖୁସିର 

ସଂସାରେ ତୁମ 

ଜ୍ଞାନଲୋକ ଭରି ଦିଏ l

ମୋତେ ଭଲ ପାଇ 

ମୋ ସାଥିରେ ରହି 

ନିଜକୁ ତିଆରି କର, 

ଯେତେ ଝଡ଼ ଝଞ୍ଜା 

ଆସୁ ପଛେ ଆଉ 

ନଥିବ ତୁମର ଡର l

ମୋ ଭିତରେ ଅଛି 

ଅମାପ ଖଜଣା, ଯେତେ 

ପାର ବ୍ୟବହାର କର,          

ମୋ ଠାରୁ ବିଶ୍ୱସ୍ତ 

ଆଉ କେହି ମିତ୍ର 

ନ ଥିବେ ସଂସାରେ ତୁମର l



Rate this content
Log in