STORYMIRROR

Prasanta kumar Hota

Others

2  

Prasanta kumar Hota

Others

ହେରା ପଞ୍ଚମୀ

ହେରା ପଞ୍ଚମୀ

1 min
13.4K


ମାଉସୀମା ଘରେ ଠାକୁର

ହେରା ପଞ୍ଚମୀ ହେବେ

ରାଗ ଅଭିମାନ କ୍ରୋଧରେ

ଲକ୍ଷ୍ମୀ ରଥ ଭାଙ୍ଗିବେ


ଲକ୍ଷ୍ମୀ ମାତା କ୍ରୋଧ ଦେଖାଏ

ଜୀବ ଘଟରେ ପାଏ

ସତେ ଅନ୍ତ ହେବ ଜୀବନ

ଆତ୍ମା ତନୁକୁ ଦାହେ


ଘର କରିଥିଲେ ଘଟରେ

ଘର ହୁଏ ସଙ୍କୁଳ

ମାନ ଅଭିମାନ ନଘଲେ

ଘନ ଘମାର କାଳ


ହେରା ପଞ୍ଚମୀରେ ହରଷି

ଜଗା ଦେବେ ଭରସା

ଦେଖୁ ଦେଖୁ ମନ୍ଦ ପବନେ

ରାଗ ଯିବ ସହସା


ଲକ୍ଷ୍ମୀ କୋପ ଦେଖି ଭାବନ୍ତି

ଘର କେମନ୍ତ ବହେ

ବିଜୁଳି ବତାସ ବାୟାରେ

ଯଥା ଜୀବନ ଦାହେ


ଆସୁଛି ବିଷାଦ ମନରେ

ଏକି ଅଜବ ପ୍ରଥା

ଯାଠାରେ ପ୍ରେମର ବରଷା

ପୁଣି ତାଠାରୁ ବ୍ୟଥା


କରୁଛି ମିନତୀ ପ୍ରଭୁ ହେ

ମନେ ରଖିବ କଥା

ଏପରି ବିଭ୍ରାଟ ନ ଆସୁ

ଯାହା ଦାରୁଣ ବ୍ୟଥା


ପତି ପତ୍ନୀ ସଙ୍ଗେ ବୁଲିଲେ

ଘର ସଂସାର ସୁଖ

ବୁଲୁଥିଲେ ପତ୍ନୀ ରହିତ

ଘରେ ବହିବ ଦୁଃଖ


ଏହି ବାର୍ତ୍ତା ବହେ ଯୁଗରୁ

କାଳ କାଳକୁ ସାକ୍ଷୀ

ଭାଇ ଭଗ୍ନୀ ଥିଲେ ପାଖରେ

ହୁଏ ଉପେକ୍ଷା ରଖି


କର ଯୋଡ଼ି କରେ ପ୍ରଣାମ

ଘେନା କରିବ ପ୍ରଭୁ

କରୁଣା ସାଗର ତୁମେତ

ତୁମ ଦୟାରେ ସବୁ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍