STORYMIRROR

Bhabani charan Mishra

Others

3  

Bhabani charan Mishra

Others

ହେପି ରଜ ପ୍ରଭୁ ହେ

ହେପି ରଜ ପ୍ରଭୁ ହେ

2 mins
13.6K


ତମ ଘରେ ତମେ ରଜ ପାଳ ଭାଇ

ଚାହୁଁଥିବି ହେଇ ଏଣ୍ତାଟେ..।

ଘର ଦ୍ବାର ମୋତେ ବିଷ ଲାଗିଲାଣି

ହେବି ମୁଁ ଚକୁଳି ପଣ୍ତାଟେ..॥

ରାତି ନ ପାହୁଣୁ ସ୍ତ୍ରୀ ସଙ୍ଗେ ମୋର

ହୋଇଗଲା ଲଙ୍କା କାଣ୍ତଟେ..।

ଚାହା ବୋଲି ଯାହା ଥୋଇ ଦେଲା ସେଠି

ପଡିନି ଚା' ଚିନି ଗୁଣ୍ତଟେ..॥

ସୁଗର ବୋଲି କି ରଜରେ ବି ଦେଲା

ମାଣ୍ତିଆ ଜାଉର ମଣ୍ତଟେ..।

ରଜ ବୋଲି ଶଳା ଆସିଛି ଯେ ଶଳା

ନିହାତି ସେ ଗବଗାଣ୍ତଟେ..॥

ଦି’କେଜି ମାଛକୁ ଚାଟି ଖାଇଗଲେ

ମୋ ପାଇଁ ବଞ୍ଚିନି ଖଣ୍ତଟେ..।

ମରିବି ମାରିବି ପାଟି କରିବାରୁ

ଥୋଇ ଦେଲେ କଣା ମୁଣ୍ତଟେ..॥

ସ୍ତ୍ରୀ ବୋଲି ଯାର ହାତ ଧରିଦେଲି

ସର୍ବ ଗିଳା ଚିଟି ଫଣ୍ତଟେ..।

କଥା ବୋଲି ପଦେ ସୁଆଦ ନାଇଁ ତା

ବିନ୍ଧି ଦବ ସତେ କାଣ୍ତଟେ..॥

ଗୁଣ୍ଠୁଣୀ ହାତୀ ମୋ ଏତିକି ଓସାର

ନାହିଁ ଖାଲି ଯାହା ଶୁଣ୍ଢଟେ..।

କଥା ନ ସରୁଣୁ ଗାଳି ବର୍ଷୁଥିବା

ଆହୁଜା କମ୍ପାନୀ ତୁଣ୍ତଟେ..॥

ନିର୍ଦୋଷ ଧରମ ପୁଅଟାକୁ ପରା

ଶଶୁରଙ୍କ ଦିଆ ଯଉତୁକ ସାଙ୍ଗେ ଦଣ୍ତଟେ..।

ରାଜ ଯୋଟକ ଯେ' ଜ୍ୟୋତିଷ କହିଛି

ନିହାତି ସେ ଶଳା ଭଣ୍ତଟେ..॥

ଘରଣୀଙ୍କ ବିପି ହାଇ ହାଇ ହୋଇଗଲା

ସୁରୁ ହେଲା କର୍ମ କାଣ୍ତଟେ..।

ଶୁଦ୍ଧି କ୍ରିୟା ମୋର ଆରମ୍ଭ ହୋଇଲା

ମିଳିବ ଜୀଅନ୍ତା ପିଣ୍ତଟେ..॥

ରାଗ ତମ ତମ ହେଇ କଚାଡିଲେ

ଅଗଣାରେ ଫୁଲ କୁଣ୍ତଟେ..।

ଘରୁ ପଳେଇବି ଦୁଆର ଖୋଲିଲି

ଦୁଆରେ ଲୋକଙ୍କ ରୁଣ୍ଢଟେ..॥

ବେଳା ଖରାପକୁ ଖଣ୍ତନ କରିବି

ଠାକୁରଙ୍କୁ ଦେଇ ଚଣ୍ତୁଟେ..।

ହେ..ପ୍ରଭୁ ବୋଲି ପାଦ ବଢେଇଛି

ମୋତେ ଦେଖି ପରା ମୁହଁ ମୋଡୁଥିଲା

ପଡିଶା ପିଣ୍ତାରେ ରାଣ୍ତଟେ..॥

ଗୋ ମାତା ବୋଲି ଯା ଲାଙ୍ଗୁଳ ଛୁଇଁଲି

ଘଉଡି ଆଇଲା ଶଣ୍ଢଟେ..।

କି ଶୁଭରେ ଆଜି ପାହିଲା ରଜନୀ

ହେଲି ବଡ ଲଣ୍ତ ଭଣ୍ତଟେ..॥

ମୁହଁ ଦେଖି ମୋର ଡାଉଟରେ ଥିଲା

ଅକାଳ ମୁଁ ପୁସ୍ପାଣ୍ତଟେ..।

ନାଡି ଚିପିକରି ଜାଣିଗଲା ବୋଧେ

ନାଗ ନୁହଁ ପାଣି ଧଣ୍ତଟେ..॥

ମୋ କଥା ଭୁଲି ରଜ ପାଳ ଭାଇ

ମୁଁ ତ ମୂର୍ଖ ପାଷଣ୍ଡଟେ..।

ବ୍ୟଙ୍ଗ କବିତା ମୁଁ ଲେଖିଲି ମିଳିବ

ମୁଁ ସତେ ଜେମସବଣ୍ତଟେ..॥

********************

ହର୍ଷ ଉଲ୍ଲାସର ପବିତ୍ର ପାର୍ବଣ ରଜର

ଅନେକ ଅନେକ ଶୁଭେଛା ଆପଣଙ୍କୁ..

bhabani charan mishra

mohana ( gajapati)

ph.9438187739 .


Rate this content
Log in