STORYMIRROR

Kishore Nayak

Others Children

2  

Kishore Nayak

Others Children

ହେମନ୍ତ ଅବକାଶ

ହେମନ୍ତ ଅବକାଶ

1 min
146


ଶରତ ପରେ ଆସେ ହେମନ୍ତ 

ହସି ଉଠଇ ସୋରିଷ କ୍ଷେତ 

ପରଜାପତି ଗାଏଟି ଗୀତ 

କ୍ଷେତରୁ କ୍ଷେତ ଉଡି 

ରାତି ପାହିଲେ ଝଲସି ଉଠେ 

ରବି କିରଣ ପଡି ll

କାକର ଭିଜା ଗାଁ' ର ପଥ 

ଲୁଚି ଲୁଚିକା ଆସଇ ଶୀତ 

ହେମନ୍ତ ହାତ ଧରି 

ବଡ଼ ଭଉଣୀ ଶରତ ନାନୀ 

କରାଏ ତାକୁ ପାରି ll

ଲଙ୍ଗଳ ଚିରା କ୍ଷେତର ମାଟି 

ବାସନା ତା'ର ଯାଏ ଚହଟି 

ସୋରିଷ ଫୁଲ ସାଥେ 

ସୋରିଷ ଫୁଲ ମହକି ଉଠେ 

ଗାଁ ଗୋହିରୀ ପଥେ ll

କାର୍ତ୍ତିକ ମାସେ ରାସ ପୁନେଇଁ 

ପଲ୍ଲୀ ଆକାଶେ ଆସଇ ଉଇଁ 

ତୋଫା ପୁନେଇଁ ଜହ୍ନ 

କେତେଯେ ସ୍ମୃତି ଆଣଇ ସାଥେ 

ଅତୀତ ପିଲାଦିନ ll

ମାର୍ଗଶୀରରେ ପଲ୍ଲୀ ପୁରେ 

ମାଣ ବସା ହୁଏ ସଭିଙ୍କ ଘରେ 

ହୁଅଇ ପିଠା ପଣା 

ଲକ୍ଷ୍ମୀ ମା'ଙ୍କ ପୂଜା ବିଧିରେ 

କମ୍ପି ଉଠଇ ଘର ଅଗଣା ll

ଚାଷୀ ଭାଇ କାଟେ କ୍ଷେତରୁ ଧାନ 

ଖୁସିରେ ନାଚଇ ଚାଷୀର ମନ 

ପାଇ ତା' ଶ୍ରମର ଫଳ 

ଅତି ଯତନରେ କାନ୍ଧେ ବୋହି ଆଣି 

ଖଳାରେ କରଇ ଠୁଳ ll

ପଲ୍ଲୀ ଜନନୀ ଓଢଣୀ ଟାଣି 

ସାଙ୍ଗରେ ଧରି ନାତି ନାତୁଣୀ 

ଚାଲଇ ଗ୍ରାମ ପଥେ 

ସେଇ ପଥେ ପୁଣି ନବ ବଧୂ ଆସେ 

ବସି କନକ ରଥେ ll


Rate this content
Log in