STORYMIRROR

Chinmayee Sahoo

Others

3  

Chinmayee Sahoo

Others

ହେଲେ କି ପଥର

ହେଲେ କି ପଥର

1 min
253


ହେ ବଡ଼ ଠାକୁର ହେଲ କି ପଥର

 ନ କର ହେ ଆଉ ଉଛୁର

ଜଗତର ନାଥ ଜଗନ୍ନାଥ ବୋଲି

ହୁରି ପଡେ ସାରା ସଂସାର

ହୋଇଲ କି ସତେ ବଧିର

ତ୍ରାହି ତ୍ରାହି ଡାକେ ତୁମରି ଭକତ

ବିପଦରୁ କର ଉଦ୍ଧାର।


ଅଜଣା ବ୍ୟାଧି ରେ ଭୀତତ୍ରସ୍ତ ସର୍ବେ

ନ ମାନଇ ପଥି ବାରଣ

ତୁମ ଦିବ୍ୟ ସ୍ପର୍ଶ ମାତ୍ର ଶେଷ ଆଶ

ନହୁଅ ନିରାଶ କାରଣ

ସାଜିଲ କି ତୁମେ ପାଷାଣ...?

ଚକା ଚକା ଆଖି ମେଲି ସବୁ ଦେଖି

ସବୁ ଜାଣି କିଆଁ ମଉନ।


ଦିଅ ତୁମ ସେଇ ମୋହନ ବଇଁଶି

ଦିବ୍ୟ ସୁରେ ଥରେ ବଜେଇ

ସେଇ ସୁର ବାଜି ଏ ସଂସାର କାନେ

ସଂକଟ ଯାଉହେ ଦୂରେଇ

ବ୍ୟାଧି ଯେତେ ଯାଉ ଉଭେଇ

ତୁମକୁ ନିଜଠୁ ଅଧିକ ବିଶ୍ୱାସ

 ଆଖି ମୁଦି ଭକ୍ତ କରଇ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍