STORYMIRROR

Pranati Mahapatra

Others

3  

Pranati Mahapatra

Others

ହେଜରେ ମର୍ତ୍ତ୍ୟର ନର

ହେଜରେ ମର୍ତ୍ତ୍ୟର ନର

1 min
121

Prompt - 6


ପ୍ରକୃତିର ଶ୍ରେଷ୍ଠ ସମ୍ପଦ ବନ୍ଧୁ 

ସୁନ୍ଦର ବୃକ୍ଷ ରାଜି,

ଆଦର ଯତନେ ଆପଣାର ହୋଇ

ଦୂରକରନ୍ତି ଅମାରାତି।


ସବୁ ଅଭାବକୁ ପୂରଣ କରେ ସେ 

ଜନମରୁ ମୃତ୍ୟୁ ଯାଏ,

ବୁଝେନି ମଣିଷ କାଟି ସଫାକରି 

ଅଟ୍ଟାଳିକା କରୁଥାଏ।


ପରିବେଶ ସ୍ଵଛ ସୁନ୍ଦର ହୁଅଇ

ସନ୍ତୁଳନ ରକ୍ଷା କରେ,

ଋତୁଚକ୍ର ନିୟନ୍ତ୍ରଣ ବି ହୁଅଇ

ଫଳପୁଷ୍ପ ଶୋଭା ବଢଇ।


ଏବେ ଋତୁଚକ୍ର ବଦଳି ଗଲାଣି

ପରିବେଶ ନଷ୍ଟ ହେଲା,

ଅଦିନେ ବରଷା ବନ୍ୟା ବାତ୍ୟା ହୋଇ

ସବୁତ ଉଜୁଡି ଗଲା।


ଗ୍ରୀଷ୍ମରେ କୁହୁଡ଼ି ଶୀତରେ ବରଷା

ବର୍ଷାରେ ଉତପ୍ତ ଧରା,

ବୃକ୍ଷରୋପଣର ନାଁ ଗନ୍ଧ ନାହିଁ

 ଖାଲି ପ୍ରସାଦ ଯେ ମାଳା ମାଳା।


ତିନିଭାଗ ଜଳ ଏକ ଭାଗ ସ୍ଥଳ

ଜୀବଜଗତର ବାସ,

ବୃକ୍ଷଲତା ଆମ ବନ୍ଧୁ ଭାଇମାନେ

ସେ ଆମ ମୁଖେ ଫୁଟାଇବେ ହସ।


ତାଙ୍କ ସୁରକ୍ଷାରେ ଆମର ଉନ୍ନତି

ଆମ ଜୀବନରେ ଶାନ୍ତି,

ତାଙ୍କ ବିନାଶରେ ଆମର ବିଲୟ

କେହି ତ ହେଜୁ ନାହାନ୍ତି।


ଘୋଟି ଆସିବ ତ ମହାପ୍ରଳୟ 

ଚେତନା ଜାଗ୍ରତ କର,

ଧ୍ଵଂସ ହୋଇଯିବ ଶଶାଗରା ଧରା

ହେଜରେ ମର୍ତ୍ତ୍ୟର ନର।


ପ୍ରଣତି ମହାପାତ୍ର

ବାଲେଶ୍ଵର


Rate this content
Log in