STORYMIRROR

Ghanashyam Biswal

Others

3  

Ghanashyam Biswal

Others

ହେବି ମୁଁ ନାସ୍ତିକ

ହେବି ମୁଁ ନାସ୍ତିକ

1 min
260

ସହି ସହି ସମାପ୍ତ ହେଲି ସିନା

ଆଶାରୂପକ ଡୋରି ଛିଣ୍ଡି ମାଟିରେ ମିଶିଲା ସିନା

ଖୋଜି ପାଇଲିନି ଆସ୍ତିକର ଅସ୍ତିତ୍ବ

ମରୁଭୂମିର ଶୁଖା ବାଲିରଗଡା଼ ପରି

ଜୀବନ ଯୁଦ୍ଧରେ ଘଷି ହୋଇ ସଂଘର୍ଷ କଲି ସିନା

ବିଶ୍ୱାସ ଓ ଅନ୍ଧବିଶ୍ୱାସର ନିଆଁରେ

ଜଳି ନିଜକୁ ପାଉଁଶ କଲି ସିନା

ଭକତ ଓ ଭକତିର ସୀମା ନପାଇ ହେଲି ଶତ ମର୍ମାହତ

କୁହୁଡି ଓ ମେଘ ଭିତରେ ଥିବା ତଫାତଟା କଣ

ଠିକ ଈଶ୍ୱର ଓ ଈଶ୍ୱର ବିଶ୍ୱାସୀମାନଙ୍କ ପରି

ଭୀରୁ ଓ କାପୁରୁଷ ମାନେ ତ ଡରନ୍ତି

ସାମ୍ନା କରିବାକୁ ପ୍ରତିକୂଳ ଜୀବନଧରାକୁ

ହାରିବାକୁ ଥାଆନ୍ତି ସଦା ତତ୍ପର

କରନ୍ତି କେବଳ ପ୍ରାର୍ଥନା

ହାତ ଯୋଡି ମାଗନ୍ତି ଭିକ୍ଷା

କିନ୍ତୁ ବାସ୍ତବତାର ଅସଲ ଚେହେରା ତ ବେଶ ନିଆରା

ଯେମିତି କର୍ମ ସେମିତି ଫଳାଫଳ

ଜୀବନ ନଇଁ ରେ ପାରି ହେବି ମୁହିଁ ପହଁରି ପହଁରି ସିନା

ଧୂପ ଦୀପକାଠି ଘରେ ଜାଳୁଥିଲେ କି ଲାଭ ପାଇବି ସିନା


Rate this content
Log in