Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baijayantimala rout

Others

5.0  

baijayantimala rout

Others

ହେବି ମୁଁ କାହାର

ହେବି ମୁଁ କାହାର

1 min
213


ଜୀବନର ଏଇ ଦୋଛକି ପଥରେ

ଦଣ୍ଡାୟମାନ ମୁଁ ଏକା,

କେଉଁ ପଥକୁ ମୁଁ କରିବି ନିଜର

ପାଲଟି ଯାଏ ମୁଁ ବୋକା ।

ଏକ ପଥେ ମୋର ବାପା ମାଆ ପୁଣି

ସଖା ସହୋଦର ଯେତେ,

ଆନ ପଥେ ମୋର ଶାଶୁ ଓ ଶ୍ବଶୁର

ଜୀବନର ସାଥି ସତେ ।

ଜଣେ ରକତର ଜଣେ ହୃଦୟର

କାହାକୁ ନ ପାରେ ଛାଡି,

ଦୁଇ ନାବେ ମୁହିଁ ଗୋଡ ଦେଇଅଛି

କିଏ ନେବ ମତେ ଭିଡି ।

ମାତା ପିତା ବିନା ବଞ୍ଚି ହୁଏ ନାହିଁ

ଲାଗଇ ବହୁତ କଷ୍ଟ,,

ସ୍ବାମୀ ଯେ ଅଟନ୍ତି ଦେବତା ମୋହର

ତା ବିନା ଜୀବନ ନଷ୍ଟ ।

ଦୋଛକି ପଥରେ ଘୁରି ବୁଲୁଥାଏ

ସଭିଙ୍କୁ କରି ନିଜର ,

ବିଭୁ ପାଦତଳେ ଲୟ ରଖି ପୁଣି

ସଭିଙ୍କୁ କରେ ଆଦର ।



Rate this content
Log in