STORYMIRROR

Pranati Mahapatra

Others

2  

Pranati Mahapatra

Others

ହେବା ରଙ୍ଗ ବୋଳାବୋଳି

ହେବା ରଙ୍ଗ ବୋଳାବୋଳି

1 min
13.2K


ସକାଳ ସୂରୁଯ ସୁନେଲି ମୁରୁଜ

ଭରିଦିଏ ମନେ ବିଞ୍ଚି କିରଣ,

ସାଥେ ଆଣିଦିଏ ନୂତନ ଭାବନା

ନୂତନ ଆଶା କରେ ସଞ୍ଚରଣ।

ଋତୁ ଚକ୍ର ଆଶେ ଏ ଧରା ଧାମକୁ

ମନରେ ଆଣେ ଅପୂର୍ବ ପୁଲକ,

ଋତୁରାଜର ଆଗମନେ ଧରା

ବରଷି ଯାଏ ରଙ୍ଗ ମହକ

ଫଗୁଣେ ଫଗୁରେ

ବୋଳାବୋଳି ହେବେ

ନବ ପଲ୍ଲବୀତ ବେଶେ ଧରା,

ଜାତି ଧର୍ମ ଭୁଲି ନାନା ରଙ୍ଗ ବୋଳି

ଭୁଲିଯିବା ହିଂସା ଦ୍ଵେଷ ପରା।

ଆସ ସର୍ବେ ମିଶି ହର୍ଷୋଲ୍ଲାସ ମଧ୍ୟେ

ଅବିର ଦେହେ ବୋଳିବା,

କୋଳାକୋଳି ହୋଇ ସ୍ଵାଗତ କରିବା

ଫଗୁ ମାଖି ଦୁଃଖ ଭୁଲିଯିବା ।

ପ୍ରଣତି ମହାପାତ୍ର

ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍