STORYMIRROR

Niranjan Sahu

Others

3  

Niranjan Sahu

Others

ହେବ ଭାରତ ମହାନ

ହେବ ଭାରତ ମହାନ

1 min
141

ଆମ ସରକାର ବଡ଼ ଅଜବ ଲୋ

ଖଇନି ଖାଅନା କହୁଛି

ଯିଏ ଖାଇଦେବ ସିଏ ମରିଯିବ

ଖଇନି ଉପରେ ଲେଖୁଛି ।

ଆମରି ଦେଶରେ ଖଇନି କମ୍ପାନୀ

ମାଳ ମାଳ ହୋଇ ଖୋଲୁଛି

ଆମରି ଦେଶରେ ସବୁ ଦୋକାନରେ

ମାଳ ମାଳ ହୋଇ ଝୁଲୁଛି ।

ଆମ ସରକାର କମ୍ପାନୀ ଠାରୁ

ରାଜସ୍ୱ ତ ପାଇଯାଉଛି

କିଏ ମରିଗଲେ କିଏ ତରିଗଲେ

ତାହାର କ’ଣ ଯାଉଛି ।

କିଏ ଖାଇବନି ଖଇନିକୁ ବୋଲି

ବିଜ୍ଞାପନ ପୁଣି ଦେଉଛି

ବିଜ୍ଞାପନ ଦେଇ ଦାଇତ୍ୱ ଛଡେଇ

ଚୁପ ଚାପ ବସି ରହିଛି ।

କମ୍ପାନୀକୁ ଯଦି ବନ୍ଦ କରିଦେବ

ଲୋଡା ନାହିଁ ବିଜ୍ଞାପନ

ଜନସାଧାରଣ ଉପକୃତ ହେବେ

ହେବ ଭାରତ ମହାନ ।


Rate this content
Log in