STORYMIRROR

Prashanta Padhan

Others

3  

Prashanta Padhan

Others

ହେ ପରଂବ୍ରହ୍ମ

ହେ ପରଂବ୍ରହ୍ମ

1 min
445



ଭାଜ୍ୟ ଭାଗଫଳ ସବୁ ତୁମେ ମୋର

ମୁଁ ତ ଖାଲି ଭାଗଶେଷ

ଉଧାର ଆଣିଛି ତୁମଠୁ ନିଶ୍ୱାସ

ତୁମଠାରେ ହେବ ଶେଷ ।।

ବଳି ପଡିଥିବା ଅଙ୍କଟିଏ ଅଟେ

ପରିଚୟ ଯା'ର ନ୍ୟୁନ

ପରଂବ୍ରହ୍ମ ତୁମ କରୁଣାରେ ମୋତେ

ଶୂନ୍ୟରୁ କରିବ ପୂର୍ଣ୍ଣ ।।

ତୁମେ ତ ଉର୍ଦ୍ଧ୍ବରେ ନିମ୍ନରେ ମୋ ସ୍ଥାନ

ମଝିରେ ଅନେକ ପଥ

ତୁମ ଇଙ୍ଗିତରେ ଆତଯାତ ହୁଏ

ଏଇ ମୋ ଜୀବନ ରଥ ।।

ବିଭାଜିତ ହୋଇ ସରୁଛି ଆୟୁଷ

ଅସ୍ତିତ୍ୱହୀନ ମୁଁ ଅଟେ

ଝୁଣ୍ଟିବା ଆଗରୁ ହାତ ଧରିନେବ

ଜୀବନର ଚଲାବାଟେ ।।

ହରଣ ଗୁଣନ ମିଶାଣ ସାରିକି

ଜଣେଇବ ଫଳାଫଳ

ତୁମ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବ

ଠିକ ଥିଲେ କର୍ମଫଳ ।।


ନାମ-ପ୍ରଶାନ୍ତ କୁମାର ପଧାନ

ଗ୍ରାମ-ବୁରୋମୁଣ୍ଡା

ଜିଲ୍ଲା-ବରଗଡ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍