STORYMIRROR

Prasanta kumar Hota

Others

3  

Prasanta kumar Hota

Others

ହେ ପ୍ରିୟ ପ୍ରେୟସୀ

ହେ ପ୍ରିୟ ପ୍ରେୟସୀ

1 min
13.4K


ହେ ପ୍ରିୟ ପ୍ରେୟସୀ ରୂପରେ ରୂପସୀ

ଅର୍ଦ୍ଧାଙ୍ଗିନୀ ସାଜି ସାଜିଲ ମାନସୀ

ଅଂଶୁମାନ ପରି କରେ ନିବେଦନ

ବିହରିବା ପାଇଁ ଅନନ୍ତ ଅଙ୍ଗନ ।

ଅଗମ୍ୟ ଅଭେଦ୍ୟ ଯାହାର ମନନ

ସେହି ମନ ସେହି ହେଉ ଅନୁଦାନ

କେତେ ଚିନ୍ତା ହୁଏ ମାନସେ ମଥିତ

ବାଣ୍ଟିବାକୁ ସୁଖ ବାଗୀଶ ବୃତିତ ।

ଅଚିରେ ଦେଉଛ ଅଚିନ୍ତ୍ୟ ଆହାର

ମାତା ସମ ସେବା କେବଳ ତୁମର

ଫୁଲରାଣୀ ବୋଲି ଫୁଲେଇ ଅତର୍ପ୍ୟ

ଅତିମାର୍ଗି ହୋଇ ଅତ୍ୟୁକ୍ତି ଅଦମ୍ୟ ।

କିଛି କହିପାର ଅନିବନ୍ଧନରେ

କିଛି କରିପାର ଅନିବାର ଧାରେ

ଅନିବୃତ୍ତି ସଦା ବେଗ ଅନିଳର

ଅନିୟତ ନୁହେଁ ଅନିନ୍ଦ୍ୟ ଆଭାର।

ତୁମ ପାଇଁ କିବା ପ୍ରେମ ପ୍ରତିଶ୍ରୁତି

ତୁମ ଉପସ୍ଥିତି ପ୍ରେମର ପ୍ରତୀତି

ଶୁଭ୍ରାଙ୍ଗ ବେଣୀରେ ଆନତ ଆନନ

ଦେଖୁଥିଲେ ଲାଗେ ଉତ୍ସବ ସମାନ।

ବିବାହ ବନ୍ଧନେ କର୍ତ୍ତବ୍ୟ ପ୍ରସାରି

ନୁହେଁ ଏକ ଦିନ ସୁଖ ଅନୁସରୀ

ପ୍ରତିଦିନ ଆମ ଉତ୍ସବ ମୁଖର

ତୁମେ ଚାହିଁ ଦେଲେ ସାଜେ ମଧୁକର ।

ମତ୍ତ ଖୋଜେ ମଧୁ-ରିମା ଏକଦିନ

ପ୍ରମତ୍ତ ତ ନୁହେଁ ଆମେ ସବୁଦିନ

ପ୍ରଶାନ୍ତରେ ତୁମେ ପ୍ରମଦା ପ୍ରଧାନ

ପ୍ରେମ ପ୍ରଦୀପର ପ୍ରୀତି ପ୍ରଜ୍ଵଳନ।

ଶୃଙ୍ଗାର ସୃଜନେ ହୁଅ ମତ୍ତକାଶୀ

ପ୍ରେମ ପ୍ରତିଦାନ ଯାର ଅବିନାଶୀ

ହୃଦୟ ଯାହାର ପ୍ରେମ ଆବରଣ

ସେ ମୋର ପ୍ରେୟସୀ ଜୀବନ ସ୍ପନ୍ଦନ।

ପ୍ରଶାନ୍ତ କୁମାର ହୋତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍