STORYMIRROR

Banabihari Mishra

Others

3  

Banabihari Mishra

Others

ହେ ପ୍ରଭୁ

ହେ ପ୍ରଭୁ

1 min
194

ବିବର୍ଣ୍ଣ ଗ୍ରୀଷ୍ମର ତୁମେ ବର୍ଣ୍ଣାଢ଼୍ୟ ବସନ୍ତ

ବୈଭବରେ ଭରା ତୁମେ ଶୀତଳ ଶୈକତ

ରୁକ୍ଷ ମରୁଭୂମି ମଧ୍ୟେ ସବୁଜିମା ତୁମେ

ଭଗ୍ନଶାଖା ଅଗ୍ରେ କିଶଳୟ ତୁମେ ସତ।

ଶୀତଳ ଚନ୍ଦନ ତୁମେ ବିଦଗ୍ଧ ପ୍ରାଣର

ସିକ୍ତ ହୁଏ ଶୁଷ୍କ ମରୂ ଦର୍ଶନେ ତୁମର

ତୀବ୍ର ସ୍ରୋତସ୍ବିନୀ ମଧ୍ୟେ ତୁମେ ତ ନଉକା

ଅଗାଧ ସାଗରେ ତୁମେ ଏକା ପାରାବାର।

ସଚରାଚରର ତୁମ ବିନା ନାହିଁ ଗତି

ତୁମେ ହିଁ ତ ଆଶ୍ରା ଅଟ ହେ ଜଗତପତି

ତୁମେ ସତ୍ୟ ତୁମେ ଶିବ ତୁମେ ହିଁ ସୁନ୍ଦର

ତୁମେ ସାରା ବ୍ରହ୍ମାଣ୍ଡର ସୃଷ୍ଟି ଲୟ ସ୍ଥିତି।

ଅରକ୍ଷ ମୁଁ ନାହିଁ କେହି ସହାୟ ମୋହର

ବିଷୟ ବାସନା ସବୁ ଗ୍ରହ ଦୁର୍ନିବାର

ଆକର୍ଷିତ କରିଥାନ୍ତି ଦୁର୍ବଳ ମନକୁ

ବଳିୟାର ଚକ୍ରଧାରୀ କର ହେ ଉଦ୍ଧାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍