STORYMIRROR

Amulya Kumar Nayak

Others Children

4  

Amulya Kumar Nayak

Others Children

ହେ ପିତା

ହେ ପିତା

1 min
153


ଛଅ ତିଅଣକୁ ନଅ ଭଜା ସିନା

    ରାନ୍ଧେ ବସି ଘରେ ବୋଉ

ସେ ରନ୍ଧା ଭିତରେ ପ୍ରତିଛବି ଦିଶେ

    ବାପାଙ୍କର ଦାଉ ଦାଉ ।।


ସ୍ବର୍ଗଠୁ ବିଶାଳ ଯା'ପାଦ ଯୁଗଳ

    ଗୀତା ଭାଗବତ ବାଣୀ

ନେଲେବି ଜନମ ଶତ ଶତ ବାର

    ପାରିବି ନାହିଁ ବଖାଣୀ ।।


ରକତ ନିଗାଡି ଶକତ କରିଛ

    ପଛେ ପଛେ ହୋଇ ସଖା

ପ୍ରତିି ପାଦ ଆଜି ପଡିଲେ ସଂସାରେ

    ମନେପଡେ ତୁମ କଥା ।।


ହୃଦୟେ ବିଶ୍ବାସ ଦେଇଛ ସାହାସ

    ପେଟ ପିଠି ଏକାକରୀ

ତ୍ଯାଗ,କର୍ତ୍ତବ୍ଯରେ ନିଷ୍ଠାର ପାଖରେ

    ସବୁଯାଏ ଅପସରି ।।


ବାଟ କି ଅବାଟ ହାତଧରି ଯିଏ

   କୁହଇ ସଂସାର କଥା

ଜୀବନ ମାଗୁଛି ତାଙ୍କ ପାଦତଳେ

   ସଦା ରହିଥାଉ ମଥା ।।


ମାଟି ମଟାଳରେ ଏ ଜୀବନ ଗଢା

    ପୁଅଟିଏ ଜନ୍ମ ନେଇ

ମାଟି ମୁଠେ ଆଜି ପାରୁନାହିଁ ଦେଇ

    ଏହି ମହାମାରୀ ପାଇଁ ।।


ହେ! ମୋର ପିତା ହେ! ଜନ୍ମଦାତା

   ମନୋରଥ ବଡଦାଣ୍ଡ

ଆଜି ଏ ଦିନରେ ଶୁଭ ଲଗନରେ

   ପାଦତଳେ ଥାଉ ମୁଣ୍ଡ

ତୁମ ପାଦତଳେ ଥାଉ ମୁଣ୍ଡ ।।



Rate this content
Log in