STORYMIRROR

Narayan chandra Senapati

Others

3  

Narayan chandra Senapati

Others

ହେ ଓଡ଼ିଆ ନବବର୍ଷ

ହେ ଓଡ଼ିଆ ନବବର୍ଷ

1 min
457




ହେ ଓଡିଆ ନବବର୍ଷ..


କରୁଛୁ ସ୍ୱାଗତ ତୁମକୁ


ଆସ


ପୂର୍ଣ୍ଣକର ଓଡିଆର ଅଭୀପ୍ସା ମନୋରଥ


ଆଙ୍କିଦିଅ ପୂର୍ବଜଙ୍କ ବିଶ୍ୱ ଇତିହାସ


ସ୍ୱାଭିମାନର ସଂସ୍କୃତି- ବିଭବରେ।।


ହେଲେ ଦେଖ ବନ୍ଧୁ......


ଏବେ ପଣା ସଂକ୍ରାନ୍ତିଟା ବିକ୍ରି ହୋଇଲାଣି ମଦଭାଟିରେ


ସାଧବ ପୁଅଟା ସାଜିଲାଣି କ୍ରୀତଦାସ ବିଦେଶୀ ପାଖରେ


ଧରମାର ତ୍ୟାଗ ବୁଡିଲାଣି ଭୋଗ ଭଉଁରୀରେ


ଏବେର ବାଜିଆଟା ବାତରେ ଥରୁଛି


ଉତ୍କଳଗୌରବ,ଉତ୍କଳମଣୀ ଛଦ୍ମବେଶରେ ଲୁଚିଛନ୍ତି

ଆତ୍ମସମ୍ମାନ ଜଗି


ସବୁଜ ବନାନୀ ଭାସୁଛି ଧୂଆଁ ବଳୟରେ


ଉତ୍କଳମାତାଟା କାନ୍ଦୁଛି ଜାତିଦ୍ରୋହୀର ଚାବୁକ୍ ମାଡରେ


ସଭିଙ୍କ ମୁଖରେ କୃତ୍ରିମ ହସ


ଅନ୍ତରରେ ବହି ଚାଲିଛି ଖାଲି ଅକୁହା କୋହର ସୁଅ ।।


ଦେଖ ପ୍ରିୟ...


କେମିତି ବାହୁନି କାନ୍ଦୁଛି ଉତ୍କଳମାତା


ପୋଛୁଛି ତା ଲୁହ କପଟକାନିରେ


ସତ୍ୟ,ପ୍ରେମ,ପୁଣ୍ୟ ବନ୍ଦୀଆଜି ଦୁଃସ୍ୱପ୍ନ କାରାରେ


ବ୍ରତ ଉପବାସ ଆଜି ଉପହସିତ-

ଛଳନାର ଖିଁ ଖିଁ ଅଟ୍ଟହାସ୍ୟରେ


ମାନବିକତା ଆଜି ଶ୍ମସାନରେ କାନ୍ଦୁଛି


ତାର କୁଟୁମ୍ଭଙ୍କୁ ହରାଇ


ପବିତ୍ରତାର ତୁଳସୀ ଚଉଁରାରୁ ବାହାରୁଛି ବିଛୁଆତିର ବାସ୍ନା


ଓଡିଆ,ଓଡିଆମି ଲୁଚିଛି ବିଦେଶୀ ଭୟରେ


ଓଡିଶୀ ନୃତ୍ୟଟା ପାଲଟିଲାଣି ପାଗଳର ଉଦଣ୍ଡ


ଓଡିଆ ସଙ୍ଗୀତ ନାଚିଲାଣି ବିଦେଶୀଙ୍କ ଇସାରାରେ


ଜଗନ୍ନାଥ ସାଜିଛନ୍ତି ନୀରବଦ୍ରଷ୍ଟା


ଲାଗୁଛି ଛାନିଆଁ


କାଳେ ବୁଡିଯିବ ଭରସାର ନାଆ ଓ ନାଆଁ ।


ହେ ଆତ୍ମନ୍....


ଧୈର୍ଯ୍ୟଧର


ଶିଖାଅ ମୋ ଓଡିଆମିର ପରାକାଷ୍ଠା


ଭସା ବାଦଲରେ ଭରିଦିଅ ଶିକ୍ଷାର ସିକ୍ତ ଜଳକଣା


ଜାଗ୍ରତ କର ଓଡିଆଙ୍କୁ


ପୂର୍ଣ୍ଣକର ଇପ୍ସିତ ସଂସ୍କାର


ନିର୍ମାଣ କର ସପନର ବାସ୍ତବ ରାମରାଜ୍ୟ


ଆନନ୍ଦରେ ନାଚି ଉଠୁ ଓଡ଼ିଆ


ଏହି ଶୁଦ୍ଧ ପୂତ ଓଡ଼ିଆ ନବ ବର୍ଷରେ ।।



ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର


Rate this content
Log in