STORYMIRROR

Narayan chandra Senapati

Others

4  

Narayan chandra Senapati

Others

ହେ ନିଶିଗନ୍ଧା

ହେ ନିଶିଗନ୍ଧା

1 min
225


ହେ ନିଶିଗନ୍ଧା,

ତୁମେ ମୋ ସ୍ବପ୍ନ ରାଇଜର ରୂପସୀ ରାଜକୁମାରୀ,

ଦିବସର ଅନ୍ତିମ ପର୍ଯ୍ୟାୟରେ

ଲୁଚି ଲୁଚି ଆସ ଯେବେ ମୋ ପ୍ରେମ ବ୍ୟସାର୍ଦ୍ଧର ପୃଥିବୀକୁ,

ମନ ମୋର ପୁରିଉଠେ,

ହୃଦୟାଟା ପୁଲକିତ ହୁଏ,

ତୁମ ଅନନ୍ୟ ରୂପ ଲାବଣ୍ୟର ଝଲସିତ ଚମକରେ।


ହେ ନିଶିଗନ୍ଧା,

ତୁମେ ଯେବେ ସମୀରର ଗୁଞ୍ଜରଣରେ ଝୁମି ଝୁମି ଆସ

ଧୂପ ଧୂଆଁର ବର୍ଣ୍ଣିଳ ବଳୟରୁ,

ମୋ ନାସାପଥର ଆଗ ଦରଜାଟା ଖୋଲିଯାଏ,

ଆତ୍ମାଟା ଚହଲିଉଠେ

ନୂତନ ଜୀବନଟା ସତେ ଯେମିତି କଞ୍ଚେଇଯାଏ,

ଇପ୍ସିତ ଅଭୀପ୍ସାଟା ପୁରିଉଠେ,

ଖାଲି କହୁଥାଏ ତୁମେ କେଡେ ମହାନ,

ନିଜେ ଜଲିଜଳି ଅନ୍ୟକୁ ଦିଅ କି ବିମୋହିତ ବାସ୍ନା।


ହେ ନିଶିଗନ୍ଧା,

ତୁମେ ଯେବେ ଛୁଟିଆସ

ଅନନ୍ତ ଆମ୍ବରରେ ଝିଲ ମିଲ ତାରା ହୋଇ

ନିଷ୍ଠାରେ ଲଢ଼ି ଲଢ଼ି ଜିତିଯାଅ ତମସାକୁ,

ନିର୍ଦ୍ବନ୍ଦ୍ୱରେ ଶହୀଦ ହୋଇଯାଅ 

ବ୍ରାହ୍ମ ମୁହୂର୍ତ୍ତର କର ସ୍ପର୍ଶରେ,

ହେଲେ ରଖିଦେଇ ଯାଇଥାଅ ଉଜ୍ଜ୍ଵଳ ଆଲୋକର ସ୍ମୃତି ସାରାରାତି ଅକୁଣ୍ଠରେ,

ଭୁଲି ହେବକି ତୁମ ମହାନତା !


ହେ ନିଶିଗନ୍ଧା,

ତୁମେ ପରା ମୋ ପ୍ରେମ ଉଦ୍ୟାନର ସୁଗନ୍ଧ ପାରିଜାତ,

ଅଜାତିତ ଭାବେ ବାଣ୍ଟ ତୁମ ପ୍ରୀତିର ମହକ,

ଆନନ୍ଦର ପାରାବାରେ ସଭିଙ୍କୁ ବୁଡାଇ କହିଥାଅ

ମୋ ପରି ହୁଅ ନିଷ୍ପାପ, ଉଦାର,ସଦୟ, ସ୍ୱାଭିମାନୀ,

ଫିଙ୍ଗିଦିଅ କପଟ,ହିଂସା,ଗୋଲାମୀ

ନିଶ୍ଚେ ଶୋଭାପାଇବ ଦେବତାଙ୍କ ମସ୍ତକରେ,

ହେବ ଆଦରଣୀୟ

ସଭିଙ୍କ ପ୍ରଶଂସାର ପ୍ରିୟପତ୍ର,

ସ୍ବର୍ଣ୍ଣାକ୍ଷରେ ଲେଖା ହେବ ତୁମ ନାମ

ଏ ଦିବ୍ୟ ଅପୂର୍ବ ପ୍ରେମ ପୁସ୍ତିକାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍