STORYMIRROR

Prasanta kumar Hota

Others

3  

Prasanta kumar Hota

Others

ହେ ନୀଳମାଧବ

ହେ ନୀଳମାଧବ

1 min
316


କେମିତି ଜାଣିବି କେତେ ରୂପ ତୋର

ଅରୁପରେ କେଉଁ ଭାବ

ମନେମନେ ଖାଲି ରୂପକୁ ଭାବୁଛି

କେଉଁ ରୂପେ ସମୁଦ୍ଭବ

ତୋ ମନ୍ଦିରେ ତୋତେ କହୁଛି ମୁଁ ପ୍ରଭୁ

ହେ ନୀଳମାଧବ ହେ ନୀଳମାଧବ


ଦ୍ଵାପରରେ ଯେବେ କଲ ତନୁ ତ୍ୟାଗ

ସରି ଗଲା ଦେହ ପର୍ବ,

ସରିଗଲା ରୂପ ଦେଖିବାକୁ ତୁମ

ଆମେ ଯାହା ହତଭାଗ୍ୟ

କୃଷ୍ଣ ଗୋପୀନାଥ ହେ ନୀଳମାଧବ

ହେ ନୀଳମାଧବ ହେ ନୀଳମାଧବ


ନୀଳାଚଳେ ରହି ହେଲ ଜଗନ୍ନାଥ

ଜାଣି ଶୁଣି ଦେଲ ଠାବ

ଭକତର ବନ୍ଧୁ ଭକତ ବାନ୍ଧବ

ଘେନା କର ଦୀନ ଭାବ

ନୀଳ କନ୍ଦରର ହେ ନୀଳମାଧବ

ହେ ନୀଳମାଧବ ହେ ନୀଳମାଧବ


ନାହିଁ ମୋର ତପ କରୁନି ମୁଁ ଜପ

ମନେ ମନେ ଆସେ କ୍ଷୋଭ

ତୋ ଦୁଆରେ ଡାକି ତୋତେ ମୁଁ ଭାବୁଛି

ଆତ୍ମା କାଳେ ତୋଷ ହେବ

କେଉଁ ରୂପ ତୋର ଅଧମ ଦେଖିବ

ଭବେ କୃପା ରଖ ହେ ନୀଳମାଧବ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍