STORYMIRROR

Sagar Kumar Parida

Others

4  

Sagar Kumar Parida

Others

ହେ ନବ ବର୍ଷ

ହେ ନବ ବର୍ଷ

1 min
216

ବିଂଶ ଏକବିଂଶ ସ୍ୱାଗତ କରୁଛୁ 

        ଆସ ଦେବଦୂତ ବେଶେ

ଦୁଃଖ ରୋଗ ଶୋକ ଦୂରୀଭୂତ ହେଉ 

         ଧରାରୁ ତୁମର ସ୍ପର୍ଶେ।।


କରୋନା ଭୂତାଣୁ ଭୟରେ ମାନବେ

           କାଟୁଛନ୍ତି ଏଠି କାଳ

କିପରି ତୁମକୁ ସ୍ୱାଗତ କରିବେ

         ହୋଇ ସର୍ବେ ଏକ ମେଳ? ।।


ତଥାପି ଶୀତରେ ମାନବ ସକଳ 

          ତୁମରି ସ୍ୱାଗତ ପାଇଁ

ଚାହିଁ ରହିଛନ୍ତି ହେ ନବ ବରଷ

         କେତେ ଆଶା ମନେନେଇ।।


ମନ୍ଦିରେ ଶୁଭଇ ଶୁଭ ଶଙ୍ଖନାଦ

         ପବିତ୍ର ଧ୍ୱନୀ ଓଁ କାର

ରାଗ ହିଂସା କ୍ରୋଧ ଇର୍ଷା ମନୋଭାବ

          ସର୍ବ ମନୁ ହେଉ ଦୂର ।।


ଠକ ଟାଉଟରୀ ମିଥ୍ୟା ପ୍ରବଞ୍ଚନା 

         ହେଇ ଯାଉ ଦୂରୀଭୂତ

ଭାଇଚାରା ଦେଶପ୍ରେମ ମନୋଭାବ

           ବିଳସୁ ସଭିଙ୍କ ଚିତ୍ତ।।


ଶସ୍ୟ ସମ୍ପଦରେ ପୂରି ଉଠୁ ଧରା

          ଭୋକିଲାକୁ ମିଳୁ ଅନ୍ନ

ଦେଶ ଦେଶ ମଧ୍ୟେ ଉତ୍ତମ ସମ୍ପର୍କ 

         ସେତୁ ହେଉ ବର୍ଧମାନ।।


ବୈଜ୍ଞାନିକ ଗଣ ନୂଆ ଉଦ୍ଭାଵନା

          କରନ୍ତୁ ସମାଜ ହିତେ

ସମସ୍ତଙ୍କ ମନେ ଆନନ୍ଦ ଉଲ୍ଲାସ

         ଉଛୁଳି ଉଠୁ ମରତେ।।

         


      

      



Rate this content
Log in