STORYMIRROR

Narayan chandra Senapati

Others

2  

Narayan chandra Senapati

Others

ହେ ନବ ବର୍ଷ ତୁମକୁ କରୁ ସ୍ୱାଗତ

ହେ ନବ ବର୍ଷ ତୁମକୁ କରୁ ସ୍ୱାଗତ

2 mins
306


📤ହେ ନବ ବର୍ଷ ତୁମକୁ କରୁ ସ୍ୱାଗତ📤

👉👉👉👉👉👉👉

ହେ ନବ ବର୍ଷ ତୁମକୁ କରୁ ସ୍ୱାଗତ

ଆସ ଥିରି ଥିରି ନଇଁ ନଇଁ

ତୁମେ ପରା ଓଡିଆ ଘରର ବୋହୂ

ତୁଳସୀ,ନିର୍ମାଲ୍ୟ,ଆମ୍ବ ବଉଳ ଓ ମକର ଚାଉଳ

ଦେଇ ଗଢ ମିତ,ସଙ୍ଗାତ,ମକର ଓ ବଉଳ

ପରକୁ କରି ଆପଣାର

ଶିଖାଇବ ଏକତାର ମନ୍ତ୍ର

"ଆମେ ପରା ଅନେକ ଫୁଲର ମାଳଟିଏ"

ଆଉ କହିବ

"ମାଛି ନ ହୋଇ ମହୁମାଛି ହୁଅ"

"ଘା'ରେ ନ ବସି ଫୁଲରେ ବସ"

ଶିଖାଇବ ବିଶ୍ୱବାସୀଙ୍କୁ

ଏ ଓଡିଶାର ସଂସ୍କୃତି

କି ମହାନ୍ ସଂସ୍କୃତି !

💕💕💕💕💕💕💕

ହେ ନବ ବର୍ଷ ତୁମକୁ କରୁ ସ୍ୱାଗତ

ଆସ ଆସ ସନ୍ତର୍ପଣେ

ତୁମେ ପରା ସ୍ୱଚ୍ଛ ଭାରତର କନ୍ୟା

ତୁମେ ମହିୟସୀ ତୁମେ ଅନନ୍ୟା

ତୁମେ ପୋଥି ତୁମେ ପୁରାଣ

ତୁମେ ମହାଭାରତ ତୁମେ ରାମାୟଣ

ତୁମେ ପରା କହିବ

"ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ"

"ମାନବ ସେବାହିଁ ମାଧବ ସେବା"

ତୁମେ କହିବ

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ....

ସର୍ବେ ଭବନ୍ତୁ ସୁଖିନଃ....

ମୋ ବିଶ୍ୱବାସୀଙ୍କୁ ଶିଖାଇବ

ମାତୃଦେବୋ ଭବ..ପିତୃଦେବୋ ଭବ

ଆଚାର୍ଯ୍ୟ ଦେବୋ ଭବ..ଅତିଥି ଦେବୋ ଭବ

ଏ ପରା ଭାରତୀୟ ସଂସ୍କୃତି

ମହାନ୍ ପବିତ୍ର ସଂସ୍କୃତି।

💕💕💕💕💕💕💕

ହେ ନବ ବର୍ଷ ତୁମକୁ କରୁ ସ୍ୱାଗତ

ଆସ ଝୁଲି ଝୁଲି ହଲି ହଲି

ତୁମେ ପରା ଆମ ସ୍ୱପ୍ନର କାମଧେନୁ

ଲକ୍ଷ୍ମୀପାଦ ସ୍ପର୍ଷରେ ଭରିଦିଅ ଅନନ୍ୟ ସମ୍ପଦ

କର ସ୍ପର୍ଶେ କର ମରୁ ଶୁଷ୍କ ପଲ୍ଲବିତ

ତୁମ ଆଖିର ପଲକ ବିଞ୍ଚିଦେଉ ଜ୍ଞାନର ଆଲୋକ

ତୁମ ଓଠର ମୂର୍ଚ୍ଚନା

ମୃଦ୍ୟୁମନ୍ଦେ କରୁଥାଉ ବିଶ୍ୱଭ୍ରାତୃତ୍ୱର ଅର୍ଚ୍ଚନା

ବସୁନ୍ଧୈବ କୁତୁମ୍ଭକମ୍ ବେଳାଭୁମିରେ

ସାଉଁଟି ଦେଉ ସତ୍ୟ ଶାନ୍ତିର ଶାମୁକା

ଏ ପରା ଦେବଭୂମି

ମୋର ପୁଣ୍ୟଭୁମି।

💕💕💕💕💕💕💕

ହେ ନବ ବର୍ଷ ତୁମକୁ କରୁ ସ୍ୱାଗତ

ଆସ ଅାସ ବୀର ଦର୍ପେ

ତୁମେ ପରା ବୀରାଙ୍ଗନା ଲକ୍ଷ୍ମୀବାଈ

ସୃଷ୍ଟିକର ବାଜିଆ,ମଙ୍ଗଲ ପରି...

କର୍ମୀ,ଧର୍ମୀ,ଦେଶପ୍ରେମୀ ବୀର

ସାଜ ହିଂସାର ନିନ୍ଦୁକ

ଗଢ ଧରମାର ନବୀନ କୋଣାର୍କ

ମା' ଆଖିରୁ ପୋଛିଦିଅ ବନ୍ଦୀର ଲୁହ

କୃଷି ଶିଳ୍ପ ବାଣିଜ୍ୟର ମାଟିର ମଣିଷ

କଳା,ଶିକ୍ଷା,ସଂସ୍କୃତିର ରଚ ଇତିହାସ

ଗଢିଦିଅ ସଫଳତାର ତାଜମହଲ

ନିର୍ଦ୍ୱନ୍ଦେ ଉଡାଅ ସମୃଦ୍ଧିର ନେତ

ତୁମେ ପରା ବର୍ତ୍ତମାନ

ତୁମେ ଭବିଷ୍ୟତ ।

💕💕💕💕💕💕💕

କରୁଛୁ ପ୍ରଣାମ,

କଦାପି ହେବନି

ରୋଗ ଶୋକ ଦୁଃଖର କାରଣ

ଡାକିବନି ଝଡ ବନ୍ୟା ଭୂକମ୍ପ ତୋଫାନ

ଯୁଦ୍ଧ ନୁହଁ ଶାନ୍ତି ଚାହୁଁ

ଗୋଲାମି ନୁହଁ ମୁକ୍ତି ଚାହୁଁ

କରୁଛୁ ଆହ୍ୱାନ

ସ୍ୱାଛନ୍ଦ୍ୟରେ ରାମରାଜ୍ୟ କର ହେ ନିର୍ମାଣ ।

👘👘👘👘👘👘👘👘

👔👔👔👔👔👔👔👔


Rate this content
Log in