STORYMIRROR

Sagar Kumar Parida

Others

3  

Sagar Kumar Parida

Others

ହେ ନବ ବର୍ଷ ଦୁଇ ହଜାର ବାଇଶି

ହେ ନବ ବର୍ଷ ଦୁଇ ହଜାର ବାଇଶି

1 min
166

ବିଂଶ ଦୁଇବିଂଶ ସ୍ୱାଗତ କରୁଛୁ 

    ଆସ ଦେବଦୂତ ବେଶେ

ଦୁଃଖ ରୋଗ ଶୋକ ଦୂରୀଭୂତ ହେଉ 

     ଧରାରୁ ତୁମ ପରଶେ।।


କରୋନା ଭୂତାଣୁ ଭୟରେ ମାନବେ

      କାଟୁଛନ୍ତି ଏଠି କାଳ

କିପରି ତୁମରି ସ୍ୱାଗତ କରିବେ

     ହୋଇ ସର୍ବେ ଏକ ମେଳ ।।


ତଥାପି ଶୀତରେ ମାନବ ସକଳ 

     ତୁମରି ସ୍ୱାଗତ ପାଇଁ

ଚାହିଁ ରହିଛନ୍ତି ହେ ନବ ବରଷ

     କେତେ ଆଶା ମନେ ନେଇ।।


ମନ୍ଦିରେ ଶୁଭଇ ଶୁଭ ଶଙ୍ଖନାଦ

     ପବିତ୍ର ଧ୍ୱନୀ ଓଁ କାର

ରାଗ ହିଂସା କ୍ରୋଧ ଈର୍ଷା ମନୋଭାବ

     ସର୍ବ ମନୁ ହେଉ ଦୂର ।।


ଠକ ଟାଉଟରୀ ଭଣ୍ଡାମି ପଣିଆ 

     ତୁମ କାଳେ ହେଉ ନାଶ

ଭାଇଚାରା ଦେଶପ୍ରେମ ମନୋଭାବ

      ସଭିଙ୍କ ହେଉ ବିକାଶ।।


ଶସ୍ୟ ସମ୍ପଦରେ ପୁରି ଉଠୁ ଧରା

     ଭୋକିଲାକୁ ମିଳୁ ଖାଦ୍ୟ

ଦେଶ ଦେଶ ମଧେ ଉତ୍ତମ ସମ୍ପର୍କ 

     ବର୍ଦ୍ଧିତ ହେଉ ଅବଶ୍ୟ।।


ବୈଜ୍ଞାନିକ ଗଣ ନୂଆ ଉଦ୍ଭାଵନା

     ସମାଜ ମଙ୍ଗଳପାଇଁ

ସମସ୍ତଙ୍କ ମନେ ଆନନ୍ଦ ଉଲ୍ଲାସ

     ହସି ଉଠୁ ମର୍ତ୍ତ୍ୟ ଭୂଇଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍