STORYMIRROR

prajna paramita

Others

3.8  

prajna paramita

Others

ହେ ନାରୀ ..

ହେ ନାରୀ ..

1 min
1.2K


ହେ ନାରୀ ..

ସ୍ୱାଭିମାନୀ ସହରଠୁ ଦୂରରେ

ସ୍ନେହ ମମତାର ହାଟରେ

ଅଜାଡି ଦେଇଛି ନିଜର ଅସ୍ଥିତ୍ୱ

ସ୍ୱାମୀ, ଛୁଆ , ସଂସାରର ଭିଡରେ

ପାଲଟି ଯାଇଛି ମୁକ

ମଙ୍ଗଳକାରି , ମଙ୍ଗଳଦାୟିନୀ

ଦେବୀ ରୂପରେ ଗଢି ତୋଳିଛି ନିଜକୁ

ଆପଦେ ବିପଦେ , ସୁଖରେ ଦୁଃଖରେ ,

ହସରେ ଲୁହରେ

ଫେଣ୍ଟି ଦେଇଚି ନିଜ ଆତ୍ମା ..

ବୁକୁଥର ଯନ୍ତ୍ରଣା କୁ ବୁକୁରେ ଦହନ କରି

ସାବ୍ୟସ୍ତ କରିଛି ନିଜ ନାରୀତ୍ୱ

ହଜି ଯାଇଛି ନିଜେ,

ହଜାଇ ଦେଇଛି ନିଜ ପ୍ରକୃତ ପରିଚୟ

ମନ ତଳର ଅକୁହା ନିର୍ଲିପ୍ତ କଥାକୁ

ପିନ୍ଧାଇ ଦେଇଛି କଫିନ

ଆଉ ଛିଡା ହୋଇଛି ଦେଇ ନାରୀର ପରିଚୟ

ନୀରବି ମୂର୍ତି ଟିଏ ହୋଇ

କରିଚାଲିଛି ମଙ୍ଗଳ କାମନା ..

ହେଲେ ,

କିଛି ଅସାମାଜିକତାର ଦ୍ବାହିରେ

କରନ୍ତି ଏ ନାରୀ ଜାତି କୁ ଉଲଗ୍ନ

ଭିଡି ଧରନ୍ତି ଲଜ୍ୟାର କମାଣ

ବିସ୍ମରି ଯାନ୍ତି ପୁରୁଷ ପଣିଆ

ହିଂସ୍ର ହୋଇଯାଏ ପୈଶାଚିକ ଦୃଷ୍ଟି

ବିଦାରି ପକାନ୍ତି କୋମଳ ହୃଦୟ

ତିଳେହେଁ ନଥାଏ ଦୁଃଖ

ରଣ ହୁଙ୍କାର ବିଜୟରେ

ଫାଟି ପଡେ ଛାତି

ବିଜୟ ନାୟକ ର ଗର୍ବରେ

ଗାଉଥାନ୍ତି ବିଜୟର ଗୀତି

ହେ ନାରୀ ..

ତୁ ନୁହେ ଅବଳା, ନ ଥିଲୁ ଦୁର୍ବଳା

ସଶକ୍ତ କର ତୋର କର

ଥରି ଉଠୁ ଛାତି

ଭରିଯାଉ ଭିତି

ଉଶ୍ୱାସୁ ଧରତୀ ଭାର ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍