STORYMIRROR

Jeenashree Routray

Others

3  

Jeenashree Routray

Others

ହେ ମୋର ବହି

ହେ ମୋର ବହି

1 min
221


ହେ ମୋର ବହି

ତୁମେତ ସାଥୀ ଥିଲ ସଦା ରହି


ତୁମର ଏକ ଏକ ପୃଷ୍ଠା

ଶିଖାଏ ରଖିବା କିପରି ନିଷ୍ଠା ।

ତୁମର ଏକ ଏକ ଶବ୍ଦ ମନକୁ କରଇ ଆନ୍ଦୋଳିତ

ହେ ମୋର ବହି

ତୁମ ଆଲିଙ୍ଗନ ମୋ ମନ ହୁଅଇ ପ୍ରଫୁଲ୍ଲିତ ।


ଅନେକ କଥା ଫୁଟିଛି ଲେଖନୀ ମୁନେ 

ଅତୀତ ର ସ୍ମୃତି କୁ ପୁସ୍ତକ ହିଁ ବାଣ୍ଟୁଛି ତାହାରି ବନେ ।


ଶ୍ରୋତା ମାନଙ୍କୁ ତ ପୁସ୍ତକ ଅନେକ କଥା କହୁଛି

କିନ୍ତୁ ମେଞ୍ଚା ଏ ସ୍ମୃତି ସାଉଁଟି ଧରି ପୁସ୍ତକ ତ ମଧ୍ୟେ ରଖିଛି ।


ହେ ମୋର ବହି ,ହେ ମୋର ବହି

ତୁମ ପରି ପ୍ରକୃତ ବନ୍ଧୁତ ଏ ସଂସାରେ ନାହିଁ


ପୁସ୍ତକ କରଇ ଜ୍ଞାନର ଉତ୍ପତ୍ତି

ଜ୍ଞାନ ରୁ ମିଳଇ ପରମ ଶକ୍ତି ।


ବହି କୁ କରଇ ସଭିଁଏ ଆଦରରେ,

ସଜ୍ଜିତ ପୁସ୍ତକ ରହିଥାଏ ପାଠାଗାରରେ ।


ସ୍ଥିତି ବର୍ତ୍ତମାନ ଡିଜିଟାଲର

ଇଣ୍ଟର୍ନେଟ୍ ଯୋଗେ ବହି କୁ କଲେଣି ଦୂର

ବଢ଼ିବାରେ ଲାଗୁଚି ମୋବାଇଲର ଆଦର ।


ପାଠାଗାର ଏବେ ପାଲଟିଛି ସନ୍ତକ

ସ୍ଥିର,ନୀରବ,ସଜ୍ଜିତ ପୁସ୍ତକ ।


ପୁନର୍ବାର ଫେରିବାକୁ ହେବ

ଦେଖିବାକୁ ହେବ, ହେ ମୋର ବହି

ତୋତେ ମୁଁ କେବେ ଭୂଳିବିନାହିଁ ।

 ମୋର ବାଲ୍ୟକାଳ ର ବନ୍ଧୁ ତୁହି

ଅ ,ଆ ଶିଖିଲି ପଢିଲି ବର୍ଣ୍ଣବୋଧ ବହି ।


ତୋତେ ବା କୁ ପାରିବି ଭୁଲି

ହେ ମୋର ବହି, ହେ ମୋର ବହି ।

ସଦା ସର୍ବଦା ତୁ ମୋ ପାଖେ ଥିବୁ ରହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍