STORYMIRROR

baishnaba meher

Others

3  

baishnaba meher

Others

ହେ ମୋର ଅତୀତ

ହେ ମୋର ଅତୀତ

1 min
234

ହେ ମୋର ଅତୀତ !

ଥରେ କହିଯାଅ କୋଉଠି ହଜିଗଲା,

ମୋର ଅଲିଅଳ ବାଳୁତ କାଳ,

ପ୍ରତିଦିନ କୁନି କୁନି ସାଥୀମେଲେ,

ଖେଳୁଥିଲୁ ଆମେ କେତେ ଖେଳ ।


ହେ ମୋର ଅତୀତ !

ସାକ୍ଷୀ ନଈକୂଳ ଆମ୍ବ ଗଛ,

ଗାଁ ମୂଳ ପାଠ ଶାଳା,

ପୁଣି....

ଜେଜେ ମାଆର ରାତି ସାରା

ବୁଢ଼ୀ ଅସୁରୁଣୀ ଗପ କଥା ।


ହେ ମୋର ଅତୀତ !

ମନେପଡେ କେତେ ଆଜି ମତେ

ବରଷା ଦିନର କାଗଜ ଡ଼ଙ୍ଗା,

ସାଙ୍ଗ ସାଥି ମେଲେ ଲୁଚକାଳି

ଆଉ....

କାଚ ବାଟି ସଙ୍ଗେ ଗିଲିଡଣ୍ଡା ।


ହେ ମୋର ଅତୀତ !

କୁଆଡେ ଗଲା ମୋ ବାଲ୍ୟସଖା,

ସାଥେ ଖାଉଥିଲୁ ଆମ୍ବ ଅଁଳା,

ବ୍ୟସ୍ତ ଜୀବନର କି ମାଦକତା,

ଆଜି....

ନାହିଁ ସମୟ ହେବାପାଇଁ କଥା ।




Rate this content
Log in