STORYMIRROR

Ansuman Swain

Others

4  

Ansuman Swain

Others

ହେ ମୋ କାଳିଆ ସାଆନ୍ତେ

ହେ ମୋ କାଳିଆ ସାଆନ୍ତେ

1 min
272


ତୁମ ସାଥେ ବନ୍ଧା     ଏ ଜୀବନ ଡୋରି

          କରିବନି ମୋତେ ପର

ତୁମେ ମୋର ଭାବ   ତୁମେ ମୋର ଲୟ

            ତୁମେତ ଅତି ନିଜର ।


ଯେତେ ଦୁଃଖ ଦିଅ      କାଳିଆ ସାଆନ୍ତେ

             ତୁମ ସେବାରେ ମୁଁ ଥିବି

ଯେଉଁ ଦିନ ମୋର     ଆସିବ ଡାକରା

              ସ୍ଵର୍ଗ ଦ୍ୱାରେ ସୋଇଯିବି ।


ତୁମ ନାମ ଧରି       ପଡ଼ି ରହିଥିବି

            ନମିଳୁ ଅଭଡ଼ା ଅର୍ନ

ତୁମ ଚକା ଆଖି        ଦେଖି ରହିଯିବି

              କରିବିନି ଅଭିମାନ ।


ନିତି ଗୁନ୍ଥି ଥିବି        ତୁଳସୀର ମାଳ

             ବାଇଶି ପାବଛେ ବସି

ତମ ନାମ ସଦା      ଜପି ,ଜପି ମୁହିଁ 

            ତୁମ ସ୍ମରଣରେ ଥିବି । 

          

ମନା କର ନାହିଁ     କାଳିଆ ଠାକୁର            

              ଏତିକି କରୁଣା କର

ତୁମ ବଡ଼ ଦାଣ୍ଡେ     ପଡ଼ିରହିଥିବି

           ଦୁଖଃ ଥିଲେ ଥାଉ ମୋର । 

  

ତୁମରି ନାମରେ     ଚାଲେ ଏ ସଂସାର

             ଶୁଣ ଏ ଭକତ କଥା

ତୁମରି ଚରଣେ         ମଥା ରଖି ମୋର

            ଗାଉଥିବି ତୁମ ଗାଥା ।



Rate this content
Log in