STORYMIRROR

Narendra Prasad Behera

Others

3  

Narendra Prasad Behera

Others

ହେ ମଣିଷ

ହେ ମଣିଷ

1 min
342


ହେ ମଣିଷ !

ସତରେ ତୁମେ କେଡେ ମହାନ ।


ତୁମେ ଗଢୁଛ ଏ ସମାଜ

ସମସ୍ତଙ୍କୁ ଦେଉଛ ସୁଖ

କେତେବେଳେ କୃଷକ ତ

ପୁଣି କେତେବେଳେ ଶିଳ୍ପୀ

କୃଷକ ହୋଇ ମୁହଁରେ ଦିଅ ଦାନା

ତ ପୁଣି ଶିଳ୍ପୀ ହୋଇ ସଜାଇ ଦେଉଛ

ମାଟି,କାଠ ଓ ପଥରର ସୁନ୍ଦର ମଣିଷ

ହେ ମଣିଷ ସତରେ ତୁମେ କେଡେ ମହାନ।


ସାଜିଛ ମହାନ ଆଜି ତୁମେ

ରଙ୍ଗ ବେରଙ୍ଗର ମଣିଷ ତିଆରି

ରଙ୍ଗ ଦେଇ ଜୀବଦାନ ଦେଉଛ

ତୁମ ହାତ ଗଢା ମୂର୍ତ୍ତିର ମଣିଷ

ଦିଶେ ଅତି ସୁନ୍ଦର

ହଳ ଲଙ୍ଗଳେ ଯୋଗାଅ ଆହାର

ବିଶ୍ବକର୍ମା ହୋଇ କରୁଛ ଚିତ୍ର ବିଚିତ୍ର

ଆନନ୍ଦରେ ନାଚି ଯାଏ ଜଗତ

ହେ ମାନବ ସତରେ ତୁମେ କେଡେ ମହାନ।


ସତରେ କ'ଣ ତୁମେ ମାନବ ନା ମଣିଷ

ମାଟିରେ କରୁଛ କେତେ ଯେ ବିକାଶ

ତୁମେ ଏ ମାଟିର ମଣିଷ

ଅନ୍ଯାୟ ଅତ୍ଯାଚାରରେ ବୁଡିଛି ଏଦେଶ

ତୁମେ ଆଜି କର ତାର ବିନାଶ 

ଏ ଦୁନିଆରୁ ପାପ ହେଉ ନାଶ

ହେ ମଣିଷ ,ସତରେ ତୁମେ କ'ଣ  ମହାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍