STORYMIRROR

Banabihari Mishra

Others

3  

Banabihari Mishra

Others

ହେ ମଣିମା

ହେ ମଣିମା

1 min
140

ବେଳ ରତରତ ହେଲାଣି ଏଥର

ସରିବ ସରିବ ହେଉଛି ହାଟ

ଆଗକୁ ଚାହିଁଲେ ଆଖି ପାଉନାହିଁ

ଚାଲିବାକୁ ଅଛି ଅନେକ ବାଟ।


ଥକି ପଡ଼ିଲାଣି ମୋ ପାଦ ଦୁଇଟି

ଏବେ ମନେ ମୋର ଆସେ ସନ୍ଦେହ

ଚାଲିପାରିବି କି ଚାଲିପାରିବିନି

ମନରେ ଆସୁଛି ଅନେକ ଭୟ।


ହାଟ ସରିଗଲେ କେତେ ଲାଭ ହେଲା

ଅବା ହେଲା ମୋର କେତେ ବା କ୍ଷତି

ପାପ ଆଉ ପୁଣ୍ୟ ହିସାବ କରିବି

ଭରଣା କରିବି ଯା ଥିବ କ୍ଷତି।


ତନଖି ଦେଖିବି ହିସାବ ଖାତାକୁ

ଜୀବନଯାକ ମୋ ଯାହା ବେପାର

ଗୋଟି ଗୋଟି କରି ତଉଲିବି ମୁହିଁ

ଯାହା ବଳିଥିବ ସଉଦା ମୋର।


ପଚାରିବେ ଯେବେ ମାଲିକ ତୋହର

ଦେଖେଇବି ସବୁ ଥଳି ମୁଁ ଖୋଲି

କହିବି ପ୍ରଭୁ ହେ କ୍ଷମା କର ମୋତେ

ତୁମ ପାଦେ ଏବେ ଶରଣ ଗଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍