STORYMIRROR

Nibedita Mishra

Others

4  

Nibedita Mishra

Others

ହେ ମୌସୁମୀ ଏଥର ଟିକିଏ ଜଲଦି ଆସିବ

ହେ ମୌସୁମୀ ଏଥର ଟିକିଏ ଜଲଦି ଆସିବ

1 min
318


ହେ ମୌସୁମୀ ଏଥର ଟିକିଏ ଜଲଦି ଆସିବ

ଏକମାତ୍ର ପୈତୃକ ସମ୍ପତ୍ତି ଥିଲାଟି ମୋହର,

ବନ୍ଧା ପକେଇ ଦେଇଛି ଏବେ ସେହି ଘରଡିହ।

ତୁମେ ଆସି ଯଦି କ୍ଷେତେ ମୋ ଫଳାଇବ ସୁନା,

ତେବେ ମୁକୁଳାଇ ଆଣିପାରିବି ସେ ସମୁହ।


ହେ ମୌସୁମୀ ଏଥର ଟିକିଏ ଜଲଦି ଆସିବ

ଘରେ ମୋର ବସିଅଛି ବାଡୁଅ ମଙ୍ଗୁଳା ଝିଅ,

ଆଖିରେ ତାହାର ତ ଆଖିଏ ସ୍ବପ୍ନର ସମ୍ଭାର।

ତୁମେ ଆସି ପୁରାଇ ଦେବ ଯଦି ମୋ ଅମାର,

ସୁରୁଖୁରେ ବିଦାୟ କରିବି ତାକୁ ଶାଶୁଘର।


ହେ ମୌସୁମୀ ଏଥର ଚିକିଏ ଜଲଦି ଆସିବ

କୁଟୀରେ ନିଃସହାୟେ ଶଯ୍ଯାଶ୍ଯାୟୀ ରୋଗୀଣା ମାଆ,

ବୁଦ୍ଧି ପାଉନାହିଁ ମୋର କୂଳକିନାରା ରି ରାହା।

ତୁମ କୃପାବଳେ ଯଦି ମିଳେ କିଛି ଅର୍ଥରାଶି,

ସେଇଟି ହିଁ ହେବ ତା' ଚିକିତ୍ସାର ଅନ୍ତିମ ସାହା।


ହେ ମୌସୁମୀ ଏଥର ଟିକିଏ ଜଲଦି ଆସିବ

କାଳବୈଶାଖି ଉଡାଇ ନେଇଛି ମୋ ଘର ଛାତ,

ଦିନରାତି ବିତୁଛି ଆମର ଦେଖି ଶୂନ୍ଯାକାଶ।

ନୂତନ ଛାଉଣୀଟି ଏବେ ନିତ୍ଯାନ୍ତ ଆବଶ୍ଯକ,

ସାହା ଏବେ ଏକମାତ୍ର ତୁମର କରୁଣାଶିଷ।


ହେ ମୌସୁମୀ ଏଥର ଟିକିଏ ଜଲଦି ଆସିବ

ମୁଣ୍ଡ ଉପରେ ଲଦା ମୋର ଋଣର ଭାରୀବୋଝ,

ସେତକ ପଇଠ ଏବେ ମୋର ଚିନ୍ତାର କାରଣ।

ତୁମେ ଆସିବାକୁ ଯଦି ଆଉ କରିବ ବିଳମ୍ବ,

ତେବେ ମୃତ୍ଯୁକୁ ହିଁ ଶେଷରେ ମୁଁ କରିବି ବରଣ।

ହେ ମୌସୁମୀ ଏଥର ଟିକିଏ ଜଲଦି ଆସିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍