STORYMIRROR

Hasyamayee Raj

Others

5.0  

Hasyamayee Raj

Others

ହେ ମା କାଳୀ ! ମଙ୍ଗଳ ବିଧାୟନୀ

ହେ ମା କାଳୀ ! ମଙ୍ଗଳ ବିଧାୟନୀ

1 min
553


ହେ ମା !

କୃଷ୍ଣକାୟା, ଚତୁର୍ଭୂଜା

ମୁକ୍ତକେଶୀ ନଗ୍ନା,

ଲୋଳଜିହ୍ଵା ଭିଷଣ, ଭୟଙ୍କରୀ

ମୁଣ୍ଡ ମାଳ ଧାରିଣୀ

ମହାକାଳୀ !

ଏକ ହସ୍ତେ ଚ୍ଛିନ୍ନ ମସ୍ତକ

ଆନେ ରକ୍ତ ରଞ୍ଜିତ ଖଡ୍ଗ

ତୃତୀୟେ ତ୍ରୀଶୂଳ

ଚତୁର୍ଥରେ ଦିଅ ଆଶୀର୍ବାଦ 

ଏ ମୁଦ୍ରାରେ ସଦା ବିରାଜିତ ।

ନେଇଥିଲ ମହାକାଳୀ

ଚାମୁଣ୍ଡାର ରୂପ

ପରାକ୍ରମୀ ଶୁମ୍ଭ ନିଶୁମ୍ଭକୁ

କରିବାକୁ ବଦ୍ଧ

ଦେବକୂଳ ଅତ୍ଯାଚାରେ

ହେଲେ ଯେ ଅତିଷ୍ଠ

ସେଇ ରାକ୍ଷସ କୂଳକୁ

ତୁମେ କଲ ପରାହତ 

ହେଲେ କ୍ରୋଧ ଥମିଲାନି ତୁମ

ଦେବକୂଳ ହେଲେ ଭୟଭୀତ ।

ତୁମ ଯାତ୍ରା ମାର୍ଗେ

ମୃତାହତ ରାକ୍ଷସ ଗହଳେ

ଶୋଇଗଲେ ଶିବ

ତୁମ ଧ୍ବଂସର ଜୟଯାତ୍ରା

କରିବାକୁ ରୋଧ  

ଅଜାଣତେ ବକ୍ଷରେ ତାଙ୍କର

କଲ ପଦାଘାତ  

ଚିହିଁକି ଚମକି ପଡି ହେଲ ସ୍ତମ୍ବୀଭୂତ,

ଜିହ୍ଵା ତୁମ ହେଲା ଦନ୍ତରେ ଆକ୍ରାନ୍ତ

ତେବେ ସିନା ହେଲ ତୁମେ ଶାନ୍ତ

ସ୍ରୁଷ୍ଟି ଧ୍ଵଂସର ଯାତ୍ରା ତୁମ

ହେଇଗଲା ଶେଷ ।

ଏମିତି ତୁମେ ଯୁଗେ ଯୁଗେ ହୁଅ ଆବିର୍ଭୂତ

ପୃଥିବୀରେ ଯେବେ ହୁଏ ଦୁଷ୍ଟଙ୍କ ଉତ୍ପାତ  

ଏକ ଓ ଅଭିନ୍ନ ତୁମେ ରୂପ ଅଟେ ଭିନ୍ନ

କେବେ ମହାକାଳୀ କେବେ ମହିଷାମର୍ଦ୍ଦିନୀ

ତୁମେ ରହସ୍ଯାବୃତ୍ତା ନୁହେଁ ନୁହେଁ ଶୀଳାମୂର୍ତ୍ତୀ

ତୁମେ ଚୀର ସ୍ନେହମୟୀ,ଶିବାନୀ, ଶୁଭାନୀ

କଲ୍ଯାଣୀ ମା କାଳୀ

ସନ୍ତାନ ମଙ୍ଗଳ ବିଧାୟନୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍