ହେ ଲୀଳାମୟ
ହେ ଲୀଳାମୟ
1 min
178
ହେ ଲୀଳାମୟ ତୁମରି ଇଙ୍ଗିତରେ
ଚାଲୁଅଛି ଏ ସଂସାର
ତୁମେ କୃପାମୟ ହେ କଳାଠାକୁର
ତୁମେ ପରା ଦୟାର ଭଣ୍ଡାର |
ତୁମେ ନିରାକାର ତୁମେ ଦାରୁବ୍ରହ୍ମ
ତୁମ ବିନା ପ୍ରଭୁ ସବୁ ଅନ୍ଧାର
ତୁମେ ସ୍ରୁଷ୍ଟି ପ୍ରଭୁ ତୁମେ ହିଁ ବିଲୟ
ତୁମେ ହେଲ ଜଗତର ନାଥ |
ତୁମେ ବସିଅଛ ରତ୍ନ୍ ସିଂହାସନରେ
ଚାରିଆଡ଼େ ତୁମେ ଚାହିଁଛ
ଦୁଃଖୀ ପାଖେ ତୁମେ ସୁଖୀ ପାଖେ ବି
ସବୁଆଡ଼େ ତୁମେ ବିଦ୍ଯମାନ ||
ସଂସାର ବନ୍ଧନରେ ସମସ୍ତେ ବାୟା
ତୁମେ ବସି ସବୁ ନାଟ ଦେଖୁଛ
ହେ ଲୀଳାମୟ ହେ ଚକ୍ରଧର
ସବୁ ଆଡେ ତୁମେ ଚକ୍ର ବୁଲାଉଛ|
