STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ହେ କୃଷ୍ଣ (କୃଷ୍ଣ ଜନ୍ମ ଚରତ)

ହେ କୃଷ୍ଣ (କୃଷ୍ଣ ଜନ୍ମ ଚରତ)

1 min
13.6K


ଭାଦ୍ରବ କୃଷ୍ଣ ଅଷ୍ଟମୀ ଘୋର ନିଶିଥିନୀ

ଘଡଘଡି ବଜ୍ର ନାଦ ନାଚେ ସୌଦାମିନୀ ।।

ମଧୁପୁର କଂସ କାରା ଗୃହରେ ଜନମ

ଗୋପନଗ୍ରେ ନନ୍ଦ ଗୃହେ ବିଜେ ନାରାୟଣ ।।

ଧର୍ମ ସଂସ୍ଥାପନେ ପାପୀ କରି ସଂହାରଣ

ସନ୍ଥ ପାଳି ପାପ ଭାରା କରିବେ ମୋଚନ ।।

ପାପିଷ୍ଠ ବିନାଶି ସାଧୁ କରି ପରିତ୍ରାଣ

ପୁଣ୍ୟ, ଧର୍ମ ରକ୍ଷା ଅର୍ଥେ ଯୁଗେ ଯୁଗେ ଜନ୍ମ ।।

କଂସାସୁର ଉତ୍ପୀଡନେ ମହୀ ଥରହର

କ୍ଷୀରାବ୍ଧି ତଟେ ପ୍ରାର୍ଥନା କଲେ ସର୍ବସୁର ।।

ଆଜ୍ଞା ଦେଲେ ହୃଷିକେଶ ସେ ରମା ରମଣ

ଦେବକୀ ବସୁଦେବଙ୍କ କୋଳେ ନେବି ଜନ୍ମ ।।

ସେହି ଶୁଭ ଲଗ୍ନ ଆଜି ଦୁନ୍ଦୁଭି ବାଜଇ

ତାଣ୍ଡବେ ଭୋଳା ନୃତ୍ୟନ୍ତି ଅତି ଭୋଳ ହୋଇ ।।

ନାରଦ ବଜାନ୍ତି ବୀଣା ହୋଇ କୁତୁହଳ

ମହା ମଙ୍ଗଳ ଉତ୍ସବ ପୂରିଛି ତ୍ରିପୁର ।।

ବହେ ମଳୟ ପବନ ବୃଷ୍ଟି କରେ ଘନ

ଉଚେସ୍ଥିତ ଅଛନ୍ତି ଯେ ସର୍ବ ଗ୍ରହ ଗଣ ।।

ଏ ସମୟେ ଜନ୍ମ ନେଲେ କୃଷ୍ଣ କଳା କାହ୍ନା

କୃଷ୍ଣ ଜନ୍ମ ର ଚରିତ କରିଲି ବର୍ଣ୍ଣନା ।।

ତ୍ରାହି କର ତ୍ରାହି କର ଶଂଖ,ଚକ୍ର ଧାରି

ଶ୍ରୀ ପଦେ ଶରଣ ଦେଇ କର ଭବୁ ପାରି ।।

କବି ପ୍ରଫୁଲ୍ଲ ରଚିଲା ପଢ଼ିଲେ ଶୁଣିଲେ

ତ୍ରିତାପ ଦୁଃଖୁ ମୁକତି ଲଭିବ ତ ଭଲେ ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍