STORYMIRROR

Pranati Mahapatra

Others

2  

Pranati Mahapatra

Others

ହେ କଳାବିନ୍ଧାଣୀ

ହେ କଳାବିନ୍ଧାଣୀ

1 min
12.8K


ତୁମେ ମୋ ଜୀବନ ପ୍ରଭୁ

   ତୁମେ ମୋ ସ୍ପନ୍ଦନ,

ତୁମ ବିନା ଏ ଜୀବନ

     ହୁଏ ମୂଲ୍ୟହୀନ ।

ସଚରାଚରରେ ଲଭେ

      ତୁମ ପଦଚିହ୍ନ,

ପ୍ରତ୍ୟକ୍ଷ ପରୋକ୍ଷେ ଥାଏ 

     ତବ ଅବଦାନ ।

ତୁମ ବିନା ଏ ଜୀବନ

    ହୁଏ ମୂଲ୍ୟହୀନ...

ହେ କଳାବିନ୍ଧାଣୀ

ସବୁ ତୁମରି ଭିଆଣ,

ଷାଠିଏ ପଉଟି ଭୁଞ୍ଜ

    ହେ ମଧୁସୂଦନ।

ସୃଷ୍ଟି ମୂଳାଧାର ତୁମେ

  କେତେ କର ଲୀଳା,

ଦୁଷ୍ଟ ସଂହାରିବା ପାଇଁ

  କେତେ କର ଖେଳା।

ପ୍ରଣତି ମହାପାତ୍ର। ଶିକ୍ଷୟତ୍ରୀ

   ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍